ମାସା ତରଫରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜୟନ୍ତୀ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ମାସା’ତରଫରୁ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଯାହାର ସଦସ୍ୟମାନେ ଏକ ବିଶାଳ ବାଇକ ଶୋଭାଯାତ୍ରା ଓ ଗାଡ଼ିରେ ବିଜେ ବଜାଇ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ । ପରେ ମୁର୍ମୁ ଛକରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ନେଇ ତାଙ୍କର ଜନ୍ମଗ୍ରାମ ଦାଣ୍ଡ ବୋଷ ଓ ସମାଧୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ନେତୃବୃନ୍ଦ କହିଥିଲେ ଆଦିବାସୀ ସାନ୍ତାଳୀ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରଚେଷ୍ଟା ଚିର ବନ୍ଦନୀୟ ।ସେହି ମହାନ ପୂଜ୍ୟ ଗୁରୁଜୀଙ୍କୁ ଆଜି ବି ସମାଜ ଝୁରୁଛି । ଏହି କାର୍ଯ୍ୟକ୍ରମରେ ‘ମାସା’ ର ବାମନଘାଟୀ ସାଂଗଠନିକ ସଂପାଦକ ବିଘ୍ନେଶ୍ୱର ବାସ୍କେ (ଲିଟୁ),ମାସ ବାମନଘାଟୀ ସଂପାଦକ ମାସାଂ ହେମ୍ବ୍ରମ, ସଭାପତି ସୁନିଲ ସୋରେନ,କଲେଜର ଭାଷା ସଭାପତି କୁନାରାମ ହାଁସଦା, ରାମଚନ୍ଦ୍ର ମାରାଣ୍ଡି, ସାଂଗଠନିକ ସଂପାଦକ ରାଜୁ ଦାସ ସୋରେନ ସମେତ ବହୁ ଭାଷା ସଦସ୍ୟ ଉପସ୍ଥିତ ଥିଲେ ।


