ମାସୁଦ୍କୁ ମୁକ୍ତ କରାଯାଇଥିଲା କାହିଁକି ?
୧୯୯୪, ଫେବ୍ରୁଆରୀରେ ଆଝାରକୁ ଅନନ୍ତନାଗ ଅଞ୍ଚଳରୁ ଗିରଫ କରାଯାଇଥିଲା । ସେ ନିଜ ପରିଚୟ ଲୁଚାଇ ଛଦ୍ମବେଶରେ ଏଠାରେ ରହୁଥିଲା । ଜାମ୍ମୁକାଶ୍ମୀରରେ ସକ୍ରିୟ ଅନ୍ୟ ଦୁଇ ଆତଙ୍କବାଦୀ ସଂଗଠନ ହରକତ୍-ଉଲ୍-ମୁଜାହିଦ୍ଦିନ୍ ଏବଂ ହରକତ୍-ଉଲ୍-ଜିହାଦ୍ ଅଲ-ଇସ୍ଲାମି ମଧ୍ୟରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ସେ ଏଠାକୁ ଆସିଥିବା ସମ୍ପର୍କରେ ସୂଚନା ପାଇ ତାକୁ ଗିରଫ କରାଯାଇଥିଲା । ତେବେ ୧୯୯୯ରେ ତା’ ଆତଙ୍କୀ ଗୋଷ୍ଠୀର ୩ ଆତଙ୍କବାଦୀ କାଠମାଣ୍ଡୁରୁ-ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାରଇଣ୍ଡିଆର ଏକ ବିମାନ (ଆଇସି-୮୧୪)କୁ ଅପହରଣ କରିନେଇଥିଲେ । ସେଥିରେ ଥିବା ସମସ୍ତ ୧୮୭ଜଣ (୧୭୬ଜଣ ଯାତ୍ରୀ ଏବଂ ୨ ପାଇଲଟ୍ ଏବଂ ଅନ୍ୟ ୯ଜଣ)ଙ୍କୁ ବନ୍ଧକ ରଖି ସେମାନେ ୩ପ୍ରମୁଖ ଆତଙ୍କବାଦୀଙ୍କ ମୁକ୍ତି ଦାବି କରିଥିଲେ ଯେଉଁଥିରେ ମାସୁଦ୍୍ ଆଝାର ମଧ୍ୟ ସାମିଲ ଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ତକ୍ରାଳୀନ ଭାରତ ସରକାର (ବିଜେପି) ମାସୁଦ୍ ଆଝାରକୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ । ବିଜେପି ନେତୃତ୍ୱାଧୀନ ତକ୍ରାଳୀନ ଏନ୍ଡିଏ ସରକାର ଓ ଆଫଗାନିସ୍ତାନର କାନ୍ଦାହାର ଦେଇ ମାସୁଦକୁ ପାକିସ୍ତାନ ପଠାଇଥିଲେ ।