ମାସେ ପାଇଁ ଗ୍ରେଟର୍‌ ପ୍ୟାରିସ୍‌ ଏବଂ ନାଇସ୍‌ ଲକ୍‌ଡାଉନ୍

ପ୍ୟାରିସ୍‌: କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ଗ୍ରେଟର୍‌ ପ୍ୟାରିସ୍‌ ଏବଂ ନାଇସ୍‌ ଅଞ୍ଚଳ ସମେତ ଦେଶର ୧୬ଟି ଅଞ୍ଚଳରେ ଗୁରୁବାର ଠାରୁ ଏକ ମାସ ପର୍ଯ୍ୟନ୍ତ ଫ୍ରାନ୍‌ସ୍‌ର ପ୍ରଧାନମନ୍ତ୍ରୀ ଜିନ୍‌ କ୍ୟାଷ୍ଟେକ୍ସ୍‍ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କୋଭିଡ୍‌-୧୯ ଭୂତାଣୁ ଯୋଗୁଁ ଦେଶରେ କୋଭିଡ୍‌-୧୯ ସଂକ୍ରମଣର ଆରମ୍ଭ ହୋଇଛି ବୋଲି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ କ୍ୟାଷ୍ଟେକ୍ସ୍‍ କହିଥିଲେ। ଶୁକ୍ରବାର ମଧ୍ୟରାତ୍ରରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ଜନିତ ନୂତନ କଟକଣା ଲାଗୁ କରାଯିବ। ସନ୍ଧ୍ୟା ୬ଟାରୁ ଲାଗୁ ହେଉଥିବା ରାତ୍ରକାଳୀନ କର୍ଫ୍ୟୁ ନୂଆ କଟକଣା ଅନୁଯାୟୀ ସମ୍ପ୍ରତି ସନ୍ଧ୍ୟା ୭ଟାରୁ ଲାଗୁ କରାଯିବ। ବହି ଦୋକାନ ଓ ସଙ୍ଗୀତ ଦୋକାନ ସମେତ ଅତ୍ୟାବଶ୍ୟକ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିବ। ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲା ରହିବ । କିନ୍ତୁ, ଲାଗୁ ହେବାକୁ ଥିବା ଏହି କଟକଣା ଗତବର୍ଷ ମାର୍ଚ ଏବଂ ନଭେମ୍ବରରେ ଜାରି କରାଯାଇଥିବା କଟକଣା ଠାରୁ କୋହଳ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ