ମାସେ ଯାଏ ବିଜେପିର ଧର୍ମଘଟ ବନ୍ଦ

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କରୋନା ପାଇଁ କଟକଣା ଜାରି କରାଯାଇଛି । ଆସନ୍ତା ମାସେ ପର୍ଯ୍ୟନ୍ତ ଧାରଣା ଓ ଧର୍ମଘଟ ନକରିବାକୁ ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଜେପି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ସୂଚନା ଦେଇଛନ୍ତି । ଏନେଇ ପାର୍ଲାମେଣ୍ଟାରୀ ବୋର୍ଡରେ ନିଷ୍ପତ୍ତି ହୋଇଥିବା ଶ୍ରୀ ନଡ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ