ମାସ୍କ ଓ କରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ବିଧାୟକ
ଭଦ୍ରକ,(ୱାଇ.ଏନ୍.ଏସ୍) : ସଂପ୍ରତି କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରିଚାଲିଥିବା ବେଳେ ପ୍ରତ୍ୟେକ ଦିନ ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ଯାହାକୁ ନେଇ ଶାସକଦଳର ବିଧାୟକ, ମନ୍ତ୍ରୀ ଓ ବିରୋଧୀ ଦଳର ନେତା ତୃଣମୂଳ ସ୍ତରରେ ଲୋକ ମାନଙ୍କୁ ସଚେତନ କରାଇବା ସହିତ ମାସ୍କ ଓ ସାନିଟାଇଜର ଇଦ୍ୟାଦି ବଣ୍ଟନ କରୁଛନ୍ତି । ଶନିବାର ଭଦ୍ରକ ବିଧାୟକ ସଞ୍ଜୀବ୍ କୁମାର ମଲ୍ଲିକ ଭଦ୍ରକ ବ୍ଲକର ବିଭିନ୍ନ ପଞ୍ଚାୟତରେ ମାସ୍କ ଓ ସଚେତନତା ବାର୍ତ୍ତା ଥିବା ଲିଫ୍ଲେଟ ବଣ୍ଟନ କରିଛନ୍ତି । ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ କରି ନଭେମ୍ବର ୨ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏହି ସଚେତନ ମୂଳକ କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ କାର୍ଯ୍ୟ ଚାଲୁ ରହିବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଶନିବାର ପୂର୍ବାହ୍ନ ୧୧ଟା ବେଳେ ବିଧାୟକ ଗୋରାବାଟି, ସାବରଙ୍ଗ, ସାହାଡା, ଏରଡା ଆଦି ପଞ୍ଚାୟତରେର ମାସ୍କ ବଣ୍ଟନ କରିଥିଲେ । ଏହି ମାସ୍କ ବଣ୍ଟନ ସମୟରେ ଗୋରାବାଟି ସରପଞ୍ଚଗଣେଶ ପ୍ରସାଦ ମଲ୍ଲିକ, ସମିତିସଭ୍ୟା ରଶ୍ମିତା ମଲ୍ଲିକ, ସାବରଙ୍ଗ ସରପଞ୍ଚ ରଂଜିତା ନାୟକ, ସମିତିସଭ୍ୟା ରଶ୍ମିତା ମହାଳିକ, ସାହାଡା ସରପଞ୍ଚଶାନ୍ତିଲତା ବେହେରା, ସମିତି ସଭ୍ୟା ସନ୍ଧ୍ୟାରାଣୀ ଧୁପାଳ, ଏରେଡା ସରପଞ୍ଚହରିହର ନାୟକ, ସମିତିସଭ୍ୟା ପ୍ରତିନିଧି ଦୀଲିପ କୁମାର ସାହୁ, ଜିଲା ପରିଷଦ ସଭ୍ୟା ସୁକାନ୍ତୀ ନାୟକ, ସାମାଜିକ କର୍ମୀ ଟିକୁ ମହାପାତ୍ର, ଭ୍ରମରବର ନାୟକ, ହିରାଲାଲ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।