ମାସ୍କ ତିଆରି କରି ମହିଳା ଗୋଷ୍ଟି ଦେଲେ ସଚେତନତା ର ବାର୍ତା
କଳାହାଣ୍ଡି:କୋଭିଡ଼ ୧୯ ବା କରୋନା ମହାମାରୀ କୁ ନେଇ ବିଶ୍ୱବାସି ଆଶଙ୍କା ରେ ଦିନ ଗଣୁଥିବା ବେଳେ ଓଡିଶା ମଧ୍ୟ ବାଦ ପଡିନହିଁ ରାଜ୍ୟ ସରକାର ସତର୍କତା ନେଇ ଲକଡାଉନ କରି ରାଜ୍ୟ ରେ ସଚେତନ କରିବା ସହ ଲୋକଙ୍କୁ ଘରୁ ଅଯଥା ରେ ବାହାରି ବାକୁ ରୋକ ଲଗାଇବା ସହ ସବୁବେଳେ ମାସ୍କ ବ୍ୟବହାର କରିବାକୁ ସତର୍କ କରିଛନ୍ତି ମାସ୍କ ର ବ୍ୟବହାର ବଢିଥିବା ଯୋଗୁ ବଜାର ରେ ମାସ୍କ ର ଅଭାବ ଦେଖାଦେଇଛି, ଏହି ଆବଶ୍ୟକତା କୁ କିଛି ମାତ୍ରାରେ ପୂରଣ କରିବା ଲକ୍ଷ୍ୟରେ କୋକସରା ବ୍ଲକ ଚିଲିଗୁଡା ଗ୍ରାମର କାଲିକୃଷ୍ଣ ସଂଘ ର ମହିଳା ଗୋଷ୍ଟି ବ୍ଲକ ଓଏଲଏମ୍ ରୁ ତାଲିମ ନେଇଏବେ ନିଜେ ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଛି ନିଜ ଉଦ୍ୟମରେ ବଜାର ରୁ ମାସ୍କ ପାଇଁ ଉପଯୋଗୀ କପଡା ଆଣି ମାସ୍କ ତିଆରି କରି ନିଜ ଗାଁ ରେ ଅଳ୍ପ ମୁଲ୍ୟ ରେ ବିକ୍ରି କରିବା ସହ ଓ ଏଲ ଏମ ଜରିଆରେ ବିକ୍ରି କରି କିଛି ଅର୍ଥ ଉପାର୍ଜନ କରିବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି