ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍
ଭୁବନେଶ୍ୱର, (ୱାଇଏନ୍ଏସ୍): ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ । ସେହି ବ୍ୟକ୍ତି ପରବର୍ତୀ ସମୟରେ ମାସ୍କ ପିନ୍ଧି ନଥିଲେ ୫ ହଜାର ଟଙ୍କା ଜରିମାନା ଦେବେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂର୍ବରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଥର ମାସ୍କ ନପିନ୍ଧିଥିଲେ ହଜାରେ ଟଙ୍କା ଏବଂ ପରବର୍ତୀ ସମୟ ପାଇଁ ୫ ହଜାର ଟଙ୍କା ଆଦାୟ କରାଯାଉଥିଲା । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଥିଲେଯେ ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍ଡାଉନ୍ ରେ ରୋକିପାରିବା । ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ ବୋଲି ସେ କହିଥିଲେ ।