ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ୧୧ ହଜାର ଜୋରିମାନା ଆଦାୟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ପୋଲିସ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଇଛି । ବିଭିନ୍ନ ବଜାର ଅଞ୍ଚଳରେ ପୋଲିସ ଚେକିଂ କରି ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରୁଛି । ବୁଧବାର ବନ୍ତ ପୋଲିସ ପକ୍ଷରୁ ଥାନା ଛକ ଠାରେ ଚେକିଂ କରାଯାଇ ୧୨ ଜଣଙ୍କ ଠାରୁ ୬ ହଜାର ଓ କେନ୍ଦୁଆପଦା ପୋଲିସ ପକ୍ଷରୁ କେନ୍ଦୁଆପଦା ବଜାର ଠାରେ ୫ ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି ।