ମାସ୍କ ପିନ୍ଧି ନଥିବା ଯୁବକକୁ ପୋଲିସର ମାଡ: ଯୁବକ ଗୁରୁତର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ଦିନ ପ୍ରାୟ ୧୦ଟା ବେଳେ ବନ୍ତ ବଜାରରେ ଜନୈକ ଯୁବକ ମାସ୍କ ନପିନ୍ଧି ବଜାର ଆସିଥିବାରୁ ପେଟ୍ରୋଲିଂ କରୁଥିବା ପୋଲିସ ହାତରେ ଧରାପଡିଥିଲେ । ଫଳରେ ଉକ୍ତ ଯୁବକକୁ ବନ୍ତ ପୋଲିସ ଥାନାକୁ ନେବା ବେଳେ ଜନୈକ କନେଷ୍ଟବଳ ଉକ୍ତ ଯୁବକଙ୍କୁ ପ୍ରଥମେ ପିଟିଥିଲେ । ଯୁବକ ଜଣକ ମହିଳା କନେଷ୍ଟବଳଙ୍କ ଠାରୁ ଲାଠି ଛଡାଇ ନେଇ ପୋଲିସ ମାଡରୁ ରକ୍ଷା ପାଇବା ପାଇଁ ଲାଠିକୁ ବୁଲାଇଥିଲେ । ସେଠାରେ ଉପସ୍ଥିତ ଥିବା ବାଟାଲିୟନ ଫୋର୍ସ ଓ ବନ୍ତ ପୋଲିସ ପକ୍ଷରୁ ଉକ୍ତ ଯୁବକଙ୍କୁ ପ୍ରବଳ ମାଡ ଦିଆଯାଇଥିଲା । ଉକ୍ତ ମାଡରେ ଯୁବକର ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ବାହାରି ଥିଲା । ବଜାରରେ ଉପସ୍ଥିତ ଥିବା ଲୋକ ମାନେ ପୋଲିସର ଏଭଳି ଭାବରେ ପିଟିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏଭଳି ଭାବରେ ଜଣେ ସାଧାରଣଲୋକଙ୍କୁ ପିଟି ରକ୍ତାକ୍ତ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଏପରିକି ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକ ଜଣକ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ରାଜୀବ ସାହୁ ବୋଲି ଜଣାଯାଇଛି । ଯୁବକର ପରିବାର ଲୋକେ ବନ୍ତ ଡାକ୍ତରଖାନାରେ  ଉପସ୍ଥିତ ଥିବା ପୋଲିସ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା । ଏନେଇ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ