ମାସ୍କ ପିପିଇ କିଟ୍ ଦର ଉପରେ ସରକାରଙ୍କ ସ୍ପଷ୍ଟତା ନାହିଁ।

କଟକ,(ଶ୍ରୀନିବାସ ରାଉତ): ବାହାରକୁ ବାହାରିବା ମନା କାହିଁକିନା ବାହାରକୁ ବାହାରିଲେ ଆପଣ କୋରନା ର ଶିକାର ହେବେ | ୧ ମିଟର ଦୂରତାରେ ରହିବା ଆବଶ୍ୟକ ଘରେ ରହିଁବେ ସୁରକ୍ଷିତ ରହିବବେ ଏହି ପରି ଭାବରେ ବୋହୁ ନିୟମ ପ୍ରଶାସନ ବାହାର କରିଛନ୍ତି | ନିୟମକୁ ନ ମାନିଲେ ଲୋକମଙ୍କୁ ଦଣ୍ଡ ମଧ୍ୟ ଦିଆ ଯାଉଛି | ଏହାକୁ ନେଇ ବୋହୁ ଗରିବ ଶ୍ରେଣୀର ଲୋକମାନେ ବୋହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କିନ୍ତୁ ଆକ୍ରାନ୍ତ ପରେଯେତେବେଳେ ଲୋକମାନଙ୍କୁ ଚିକିତ୍ସାଳୟକୁ ନିଆଯାଉଛି ସେଠି ସଠିକ ଭାବରେ ଚିକିତ୍ସା ହେଉନାହିଁ ବୋଲି ସେଠାକାର ଲୋକମାନେ ସୂଚନା ଦେଇଛନ୍ତି | କରୋନା ଚିକିତ୍ସା ପାଇଁ କାହିଁକି ଘରୋଇ ଡାକ୍ତରଖାନାକୁ କେତେ ଅର୍ଥ ଦିଅ ଗଲା କୌଣସି ସ୍ପଷ୍ଟୀକରଣ ନାହିଁ। କରୋନା ହେଲେ ଘରେ ରହିବ କି ସରକାରୀ କୋରେଣ୍ଟଇନ୍ ରେ ରହିବ କିଭଳି ଔଷଧ ଖାଇବ ଏ ବାବଦରେ ଜଣେ ରୋଗୀ ପିଛା କେତେ ଟଙ୍କା ଖର୍ଚ୍ଚ ହୁଏ ସେକଥା କେହି ଜଣେଇବେନି। ରୋଗୀଙ୍କୁ ଚିକିତ୍ସା ନକରି ଡାକ୍ତର ଫେରେଇ ଦେବେ ଏବଂ ପରିଶେଷରେ ରୋଗୀର ମୃତ୍ୟୁ ହେବ ତଥାପି ସମସ୍ତେ ନିରବ ରହିବେ! କେହି ଉତ୍ତରଦାୟୀ ହେବେ ନାହିଁ! ଏଭଳି କିଛି ବିଷୟରେ ବ୍ୟକ୍ତିଗତ ଅନୁଭବ,ଅନୁଭୂତି ଓ ବିଚାରକୁ ନେଇ ଦୁଇ ବନ୍ଧୁ ଫୋନ୍ ରେ କଥା ହେଲେ ସେମାନେ ଅପରାଧୀ ହେବେ? ଜେଲ ଯିବେ? ସରକାରଙ୍କ ଦୋଷକୁ ପଦାରେ ପକେଇବା କଣ ଅପରାଧ? ଏଠାରେ ଭୁଲ କାହାର ? ସତ ବିଷୟରେ ପ୍ରଚାର କରିବା କଣ ଅପରାଧ? ଏଠି ସତ କହୁଥିବା ଲୋକ କୁ ପ୍ରଶାସନ ସବୁ ସମୟରେ ହଇରାଣ କରି ଚାଲିଛି | ପୋଲିସ ମାଡ ଭୟରେ ଲୋକମାନେ ଆଜିକାଲି ସତ କହିବାକୁ ମଧ୍ୟ ପଛଘୁଞ୍ଚା ଦଉଛି |ଏହା ପ୍ରକୃତରେ ଅତି ନିନ୍ଦନୀୟ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ