ମାସ୍କ ବ୍ୟବହାର କରି ନଥିବାରୁ ୩ ଦିନରେ ୧୨ ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା

ନାଉଗାଁ, (ଓ୍ବାଇଏନ୍ଏସ୍):କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି । କିନ୍ତୁ କେତେକ ଅମାନିଆ ଲୋକ ନିୟମଙ୍କୁ ଖୋଲା ଖୋଲି ଉଲଘଂନ କରୁଥିବା ଜଣାଯାଇଛି । ଯାହାକୁ ଦୃଷ୍ଟିରେ ରଖି ନାଉଗାଁ ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ କଡାକଡି ଭାବେ ଯାଂଚ କରାଯାଇଛି । ବିଭିନ୍ନ ହାଟ ବଜାର,ରାସ୍ତା ଘାଟରେ ଲୋକ ମାନେ ଯିବା ଆସିବା ସମୟରେ ମାସ୍କ ବ୍ୟବହାର କରି ନଥିବାରୁ ତହସିଲ ପକ୍ଷରୁ ତହସିଲଦାର ଜେ.କଳ୍ପନା, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ହିସାବ ରକ୍ଷକ ସରୋଜ ମହାନ୍ତିଙ୍କ ସହିତ ଥାନାଧିକାରୀ ଆଦି ୨ ଜୁନ ରୁ ୪ ଜୁନ ମଧ୍ୟରେ ୪୫ ଜଣଙ୍କ ଠାରୁ ୧୨ ହଜାରରୁ ଉର୍ଦ୍ଧ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ତହସିଲ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ