ମା’ସ୍ୱର୍ଣ୍ଣମୟୀଙ୍କ ପୀଠରେ ବିଷୁବମେଳା: ପଣା ସଂକ୍ରାନ୍ତି ଠାରୁ ପୀଠ ଚଳଚଞ୍ଚଳ

ବନ୍ତ,(ଯୁଗାଦ୍ଧ ନିଜ୍ୟୁ) : ଓଡିଶାର ପ୍ରତି ପୁରପଲ୍ଲୀରେ ବର୍ଷକ ବାରମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ତନ୍ମଧ୍ୟରୁ ପଣା ସଂକ୍ରାନ୍ତି ଅନ୍ୟତମ । ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ବିଷୁବ ମେଳା ଅନୁଷ୍ଠିତ ହେଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ପଞ୍ଚାୟତର ଭଣ୍ଡାରଗଢିଆ ଗ୍ରାମରେ ମା’ସ୍ୱର୍ଣ୍ଣମୟୀ ଦେବୀଙ୍କ ପୀଠରେ ବିଷୁବ ମେଳା ଅନୁଷ୍ଠିତ ହେଉଛି । ଅପରାହ୍ନ ସମୟରେ ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ରଘୁନାଥ ନାୟକ, ବଟକୃଷ୍ଣ ରାଉତ, ଅଭିମନ୍ୟୁ ରାଉତ, ସୁବାଷ ଲେଙ୍କା, ପର୍ଶୁରାମ ନାୟକ, କୃପାସିନ୍ଧୁ ମହାନ୍ତି, ପ୍ରଦୀପ ଜେନା, ଧ୍ରୁବ ଚରଣ ଲେଙ୍କା, କୃଷ୍ଣ ଚନ୍ଦ୍ର ଲେଙ୍କା, ସାବିତ୍ରୀ ଲେଙ୍କା, କୌଶଲ୍ୟା ନାୟକ, ସଂଯୁକ୍ତା ନାୟକ, ରମେଶ ଲେଙ୍କା ପ୍ରମୁଖ କଳସ ଆଣିଥିଲେ । ଏଥିରେ ପୂଜକ ଭାବେ ପଦ୍ମନାଭ ପଣ୍ଡା, ଉପେନ୍ଦ୍ର ମିଶ୍ର, ନାରାୟଣ ଦ୍ୱିବେଦୀ, ବସନ୍ତ ମିଶ୍ର ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଦୀର୍ଘ ୫୦୦ ବର୍ଷ ପୂର୍ବରୁ ପଣା ସଂକ୍ରାନ୍ତି ଦିନ ମାଆଙ୍କ ପୀଠରେ ପୂଜା ଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ଏହି ପୂଜା ଯଜ୍ଞରେ ଆଖପାଖ ଅଂଚଳର ଶହଶହ ଲୋକ ମାଆଙ୍କ ପୀଠରେ ରୁଣ୍ଡିଭୂତ ହୋଇଥାନ୍ତି । ଚଳିତ ବର୍ଷ ଏହି ମେଳା ବହୁ ଧୂମଧାମରେ ଆରମ୍ଭ ହୋଇଥିବା ବେଳେ ତିନି ଦିନ ଧରି ସୁନାମଧନ୍ୟ ଗାୟକ ମାନଙ୍କ ଦ୍ୱାରା ପାଲା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ