ମାହାଙ୍ଗାରେ ବାଜି ମାରିଲେ ପ୍ରତାପ
ମାହାଙ୍ଗା/ନିଶ୍ଚିନ୍ତକୋଇଲି (ଯୁଗାବ୍ଦନ୍ୟୁଜ): ଚଳିତ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଲଗାଥର ତିନିଥର ବିଜୟ ହାସଲ କରି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ଏହି ଫଳାଫଳ ନେଇ ମାହାଙ୍ଗା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ମାହାଙ୍ଗା ନିର୍ବାଚନମଣ୍ଡଳୀ ପୁନଗଠନ ହେଲାପରେ ବିଜେଡି ପ୍ରାର୍ଥୀ ଭାବେ ଶ୍ରୀ ଜେନା ଲଗାତର ଏହି ନିର୍ବାଚନମଣ୍ଡଳୀକୁ ବିଜୟ ହାସଲ କରି ହ୍ୟାଟ୍ରିକ ଅର୍ଜନ କରିଛନ୍ତି । ଏଥିପୂର୍ବରୁ କୌଣସି ଦଳୀୟ ପ୍ରାର୍ଥୀ ଲଗାତାର ତିନିଥର ଜିିତି ପାରିନଥିଲେ । ୨୦୦୯ରେ ନିକଟତମ କଂଗ୍ରେସ ପ୍ରାର୍ଥୀ ମତଲୁବ ଅଲୀଙ୍କଠାରୁ ବିଜୟ ହାସଲ କରିବା ସହ ୨୦୧୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କଠାରୁ ଓ ପୁନର୍ବାର ୨୦୧୯ରେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନଙ୍କଠାରୁ ୨୩୭୦୦ରୁ ଊଦ୍ଧ୍ୱର୍ ଭୋଟ୍ରେ ବିଜୟ ହାସଲ କରି ପୁନର୍ବାର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଜେନାଙ୍କର ଏହି ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି । ମାହାଙ୍ଗାର ବିକାଶ ଧାରାରେ ନିଜକୁ ନିୟୋଜିତ କରିବା ସହ ମାହାଙ୍ଗା ଅଂଚଳରେଲୋକପ୍ରିୟତା ହାସଲ କରିପାରିଥିବାରୁ ତାଙ୍କର ଏହି ବିଜୟ ହୋଇଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଶ୍ରୀ ଜେନାଙ୍କ ବିଜୟରେ ବିଜେଡି ଦଳର କର୍ମୀମାନଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା । ଆତସବାଦୀ ସାଙ୍ଗକୁ ବିଜେଡି ଦଳ ତଥା ମୁଖ୍ୟମନ୍ତ୍ର ନବୀନପଟ୍ଟନାୟକ ଓ ବିଜୟ ପ୍ରାର୍ଥୀ ଶ୍ରୀ ଜେନାଙ୍କ ସଂପର୍କରେ ସ୍ଲୋଗାନମାନ ଦେଇ ଆନନ୍ଦ ମନାଉଥିବା ଦେଖାଯାଇଛି ।