ମାଡ଼ିଆସୁଛି ମହାଜାଗତିକ ବସ୍ତୁ: ଧ୍ୱଂସପାଇପାରେ ଗୋଟିଏ ଦେଶ
ମହାକାଶରେ ଥିବା ବହୁ ମହାଜାଗତିକ ବସ୍ତୁର ଟାର୍ଗେଟରେ ରହିଆସିଛି ପୃଥିବୀ । ବହୁ ସମୟରେ ଏହିସବୁ ବସ୍ତୁ ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଛି । ସୌଭାଗ୍ୟକୁ ଅନେକ କ୍ଷେତ୍ରରେ ତାହା ଘଟିନାହିଁ, ପୃଥିବୀ ରକ୍ଷା ପାଇଯାଇଛି । କିନ୍ତୁ ଏବେ ନାସାର ବୈଜ୍ଞାନିକମାନେ ଏକ ମହାଜାଗତିକ ବସ୍ତୁର ସନ୍ଧାନ କରିଛନ୍ତି, ଯାହା ଅଗଷ୍ଟ ୧୦ରେ ପୃଥିବୀର ଯେଉଁ ସ୍ଥାନକୁ ଏହା ଧକ୍କା ଦେବ ତାହା ଧ୍ୱଂସ ହୋଇପାରେ ବୋଲି କହିଛନ୍ତି । ଏହି ମହାଜାଗିତିକ ବସ୍ତୁର ନାମ ରଖାଯାଇଛି ୨୦୦୬ କ୍ୟୁକ୍ୟୁ୨୩ । ଚିଲିସ୍ଥିତ ବିଶ୍ୱର ସବୁଠାରୁ ବଡ଼ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହାର ଗତିବିଧିକୁ ନିରୀକ୍ଷଣ କରାଯାଉଛି । ଏହାର ଆକାର ଓ ପ୍ର୍ରକାରକୁ ମଧ୍ୟ ଅନୁଧ୍ୟାନ କରାଯାଉଛି ।ଏହି ମହାଜାଗତିକ ବସ୍ତୁକୁ ଅଗଷ୍ଟ ୨୧, ୨୦୦୬ରେ ପ୍ରଥମେ ବୈଜ୍ଞାନିକମାନେ ଠାବ କରିଥିଲେ । ସେତେବେଳେ ଏହା ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଥିଲା । କିନ୍ତୁ ତାହା ମହାକାଶରେ କେଉଁଆଡ଼େ ଅପସରିଯାଇଥିଲା । ଏବେ ପୁଣି ଦେଖାଦେଇଛି । ଏହାର ବ୍ୟାସ ୨୫୪ରୁ ୫୬୮ ମିଟର । ଏହା ୨୬୩ ଦିନରେ ସୂର୍ଯ୍ୟକୁ ପରିକ୍ରମଣ କରୁଛି । ପୃଥିବୀ ନିକଟ ଦେଇ ଗତିକରୁଥିବା ଅନେକ ମହାଜାଗତିକ ବସ୍ତୁ ମଧ୍ୟରେ ଏହା ଅନ୍ୟତମ । ଅଗଷ୍ଟ ୧୦ରେ ପୃଥିବୀଠାରୁ ୦.୦୪୯୭୭ ଆଷ୍ଟ୍ରୋନୋମିକାଲ ୟୁନିଟ ଦୂରରେ ରହି ଏହା ଗତି କରିବ ଓ ପୃଥିବୀକୁ ଧକ୍କା ଦେବାର ଆଶଙ୍କା ୭୦୦୦ରୁ ଏକ ଭାଗ ରହିଛି ବୋଲି ନାସାର ସେଣ୍ଟର ଫର୍ ନିଅର ଆର୍ଥ ଅର୍ବିଟ ଷ୍ଟଡିଜ ପକ୍ଷରୁ ପ୍ରକାଶ କରାଯାଇଛି । ତଥାପି କିଛି ବିପଦ ନାହଁ କହି ଏଡ଼ାଇଯିବା ଠିକ୍ ନୁହେଁ ବୋଲି ଗବେଷକମାନେ କହିଛନ୍ତି । କାରଣ, ୨୦୧୩ରେ ରୁଷର ଚେଲିଆମ୍ବିସ୍କରେ ଏକ ମହାଜାଗତିକ ବସ୍ତୁ ପୃଥିôବୀକୁ ଆଘାତ ଦେଇ ୬୬ ଫୁଟର ଏକ ଗର୍ତ୍ତ କରିଦେଇଥିଲା । ଯାହା ଫଳରେ ୧୫ଶହ ଲୋକ ଆହତ ହୋଇଥିଲେ ଓ ବହୁ କ୍ଷତି ଘଟାଇଥିଲା । ୬.୬ ଲକ୍ଷ କୋଟି ବର୍ଷ ପୂର୍ବେ ୧୦ କିଲୋମିଟର ଆକାରର ଏକ କ୍ଷୁଦ୍ର ଗ୍ରହ ପୃଥିବୀକୁ ଧକ୍କା ଦେଇ ଡାଇନୋସର ବଂଶ ଧ୍ୱଂସ କରିଦେଇଥିଲା । ୨୦୧୫ରେ ବସ୍ ଆକାରର ଏକ ମହାଜାଗତିକ ବସ୍ତୁ ପୃଥିôବୀର ଖୁବ୍ ନିକଟରେ ଗୁଳିର ବେଗଠାରୁ ଦଶ ଗୁଣ ଅଧିକ ବେଗରେ ଗତିକରିଯାଇଥିଲା । କିନ୍ତୁ ଧକ୍କା ଦେଇନଥିଲା । ଜୁଲାଇ ୧୯ରେ ୨୦୧୯ଏନ୍ଜେ୨ ପୃଥିôବୀ ପାଖରେ ଗତିକରୁଥିବା ଲକ୍ଷ୍ୟ କରାଯାଇଥିଲା ।