ମାୟାଧରଙ୍କ ଅଭିନବ ଅଭିଯାନ

ବ୍ୟାସନଗର,(ଯୁଗାବ୍ଦ ନ୍ୟୁଜ) : ମାୟାଧର ନାୟକଙ୍କ ବିଶ୍ୱ ଭବିଷ୍ୟ ବାଣୀ ଅଗଷ୍ଟ ମାସରେ ଜନାର୍ପିତ ହେଲା ପରେ ଏ ପୁସ୍ତକକୁ କ୍ରୟ କରିବାକୁ ଓଡିଶାରେ ଆଗ୍ରହ ପ୍ରକାଶ ପାଇଛି । ଏ ଆଧୁନିକ ମାଳିକା ବିଶ୍ୱ ଭବିଷ୍ୟ ବାଣୀ ମାୟାଧରଙ୍କ ୫୬ତମ ପ୍ରକାଶିତ ପୁସ୍ତକ । ଆଉ ୭ଟି ପାଣ୍ଡୁଲିପି ପ୍ରକାଶ ଅପେକ୍ଷାରେ ଅଛି । ନାୟକଙ୍କ ବହୁ ପୁସ୍ତକ ବିକ୍ରିହୋଇ ଯାଇଛି । ଏହି ବିଶ୍ୱ ଭବିଷ୍ୟବାଣୀ ପୁସ୍ତକର ଦାମ୍‍ ୪୦୦ଟଙ୍କା ହୋଇଥିଲେ ବି ୫୦ ପରସେଣ୍ଟ୍‍ ରିହାତିରେ ୨୦୦ ଟଙ୍କାରେ ଯୋଗାଇ ଦେଉଛନ୍ତି । ମାୟାଧର ନିଜେ ଯାଇ ବିଭିନ୍ନ ସ୍ତରର ଲୋକଙ୍କୁ ଭେଟି ଏହି ପୁସ୍ତକ ବିକ୍ରି କରୁଛନ୍ତି । ଦୂର ସୂରାନ୍ତରୁ ଫୋନ୍‍ ଆସିଲେ କୋରିଅରରେ ପଠାଇ ଦେଉଛନ୍ତି । ବିଭିନ୍ନ ଟିଭିଚ୍ୟାନେଲ୍‍, ୱେବ୍‍ ଚ୍ୟାନେଲ୍‍ରେ ମାୟାଧରଙ୍କ ସାକ୍ଷାତକାରରେ ଅତୀତ, ବର୍ତ୍ତମାନ, ଭବିଷ୍ୟତ ସଂପର୍କରେ କହିଚାଲିଛନ୍ତି । ଯାହାଯାହା ଏହି ପୁସ୍ତକରେ ଅଛି – ବର୍ତ୍ତମାନ ତାହା ଘଟିଚାଲିଛି । ଭବିଷ୍ୟତରେ ମଧ୍ୟ ଘଟିବାକୁ ଯାଉଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅଭିନବ ଅଭିଯାନ ପୁଣିଥରେ ମାୟାଧର ନାୟକଙ୍କୁ ଗଣାଭି ମୁଖି କରିଛି । ୭୮ବର୍ଷରେ ସେଏବେ ଚଳ ଚଞ୍ଚଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ