ମା ଅଷ୍ଟଭୁଜା ଦୂର୍ଗାଙ୍କ ଶାରଦୀୟ ପାର୍ବଣ ପୂଜାରେ ହୁଏ ନିରାମିଷ ଭୋଗ
ନିମାପଡ଼ା,(ସନ୍ତୋଷ ଦାଶ):ଗତ ମୂଳାଷ୍ଟମୀ ତିଥି ଠାରୁ ପ୍ରାଚୀ ଉପତ୍ୟକା ରେ ଥିବା ସମସ୍ତ ଶକ୍ତି ପୀଠ ମାନଙ୍କ ରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହିତ ଚାଲିଛି। ଶାରଦୀୟ ପାର୍ବଣ ପୂଜା ସମୟ ରେ ଦେବୀ ମାନଙ୍କୁ ଆମିଷ ଭୋଗ ଲାଗି ହେବାର ପରମ୍ପରା ରହିଛି। କିନ୍ତୁ ପିତାପଡ଼ା ଗ୍ରାମ ର ଅଙ୍ଗେଶ୍ୱର ଶମ୍ଭୁ ପୀଠ ପରିସରରେ ପୂଜା ପାଇ ଆସୁଥିବା ଅଷ୍ଟଭୁଜା ଦୂର୍ଗା ଙ୍କ ନିକଟରେ ଶାରଦୀୟ ପାର୍ବଣ ପୂଜାରେ ଆମିଷ ଭୋଗ ବଦଳରେ ନିରାମିଷ ଭୋଗ ଲାଗି କରାଯାଉଛି। ମାଙ୍କ ପୂଜକ ଦେବେନ୍ଦ୍ର କୁମାର ଦୀକ୍ଷିତ ଙ୍କ କହିବା କଥା ଯେହେତୁ ମା ଦୂର୍ଗା ଶମ୍ଭୁ ପୀଠ ପରିସର ରେ ରହିଛନ୍ତି ସେହେତୁ ମାଙ୍କ ନିକଟରେ ଶାରଦୀୟ ପାର୍ବଣ ପୂଜା ରେ ବି ନିରାମିଷ ଭୋଗ ଲାଗି କରାଯାଉଛି। ପ୍ରାତଃ ରେ ମାଙ୍କୁ ବାଳ ଭୋଗ, ମଧ୍ୟାହ୍ନ ରେ ଅନ୍ନ, ଡ଼ାଲମା, ଖଟା, କ୍ଷୀରି ଭୋଗ, ସନ୍ଧ୍ୟା ରେ ପୁନଃ ବାଳ ଭୋଗ ଲାଗି କରାଯାଉଛି।ପଞ୍ଚମୀ ଠାରୁ ମହାଷ୍ଟମୀ ପର୍ୟ୍ୟନ୍ତ ମା ଙ୍କ ସମ୍ମୁଖ ରେ ସପ୍ତସତୀ ଚଣ୍ଡୀ ପାଠ କରାଯିବାର ପରମ୍ପରା ରହିଛି। ଶାରଦୀୟ ପାର୍ବଣ ପୂଜା ପାଇଁ ମନ୍ଦିର ଉତ୍ସବ ମୁଖର ହୋଇ ଉଠିଛି।