ମା’ ଉତ୍ତରାୟଣୀ ଶୀତଳ ଭଣ୍ଡାର ପକ୍ଷରୁ ଆଳୁ ସଂଗ୍ରହ
ଡେଲାଙ୍ଗ(ଯୁଗାଦ୍ଧ ନ୍ୟୁଜ): ସାତଶଙ୍ଖ ସ୍ଥିତ ମା’ ଉତ୍ତରାୟଣୀ ଶୀତଳ ଭଣ୍ଡ।।ରରେ ବୁଧବାର ଚାଷୀଙ୍କ ଠାରୁ ଆଳୁ ରଖାଯିବା ଆରମ୍ଭ ହୋଇଛି । ପିପିଲି ବ୍ଳକ ଆତ୍ମାର ସଭାପତି ଧରଣୀଧର ସାହୁ ଶୀତଳ ଭଣ୍ଡାରରେ ଧୂପ, ଦୀପ, ସିନ୍ଦୁର ଦେଇ ନଡିଆ ବାଡେଇ ଆଳୁ ରଖିବାର ଶୁଭାରମ୍ଭ କରିଥିଲେ । ୭ ତାରିଖ ଠାରୁ ଚାଷୀଙ୍କ ଠାରୁ ଆଳୁ ସଂଗ୍ରହ କରାଯାଇଛି । ବିଶେଷ କରି ପିପିଲି, ସତ୍ୟବାଦୀ, କଣାସ, ଡେଲାଙ୍ଗ ଆଦି ବ୍ଳକର ଆଳୁ ଚାଷୀ ମାନେ ଉତ୍ତରାୟଣୀ ଶୀତଳ ଭଣ୍ଡାରରେ ଆଳୁ ରଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି । ଏହି ଅବସରରେ ୪ହଜାର ଆଳୁବସ୍ତା ଚାଷୀମାନେ ରଖିବା ପାଇଁ ଜିମା ଦେଇଛନ୍ତି । ବର୍ଷକ ପ୍ରତି ଶହେ ଟଙ୍କା ଭଡା ରଖାଯାଇଥବା ଜଣାପଡିଛି । ମା’ ଉତ୍ତରାୟଣୀ ଶୀତଳ ଭଣ୍ଡାରର ହିସାବ ନିରୀକ୍ଷକ ନନ୍ଦକିଶୋର ମିଶ୍ର ସମସ୍ତ ଆଳୁ ଚାଷୀମାନେ ତୁରନ୍ତ ଆଳୁ ରଖିବା ପାଇଁ ନିବେଦନ କରିଛନ୍ତି ।


