ମା ଓ ପୁଅଙ୍କୁ ଜୀଅନ୍ତା ଜଳିଦେଲେ ଦୁର୍ବୁତ୍ତ
ହାଟଡ଼ିହି,(ବିକାଶ ରଞ୍ଜନ ବିଶ୍ଵାଳ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁ ଗ୍ରାମରେ ଘଟିଯାଇଛି ଅଭାବନୀୟ କାଣ୍ଡ। ଦୁଇଜଣ ଅସହାୟ ମା ଓ ପୁଅକୁ କେହି ଦୁର୍ବୁତ୍ତ ଜୀଅନ୍ତା ପୋଡି ମାରିଦେଇଥିବା ସନ୍ଦେହ କରାଯାଇଛି । ମା ଜଂଜାଲି ଯେନା (୭୦) ଓ ପୁଅ ବନମାଳୀ ଯେନା (୫୦) ଗାଁର ଏକ ପରିତ୍ୟକ୍ତ ଅଙ୍ଗନବାଡି ଘରେ ରହୁଥିବା ବେଳେ ଗତକାଲି ରାତିରେ କେହି ତାଙ୍କୁ ଜୀଅନ୍ତା ପୋଡି ମାରି ଦେଇଛି । ପାଖରେ ଥିବା ଏକ ଦୋକାନ ଘରୁ ଚୋରି ହୋଇଥିବା ବେଳେ ନିକଟରେ ଦୁଇଜଣଙ୍କୁ ପୋଡି ମାରିବା କୁ ନେଇ ଗାଁରେ ଉତେଜନା ଦେଖାଦେଇଛି । ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ କରିବାକୁ ଅପେକ୍ଷା କରିଛି । ଦୋକାନ ଚୋରି ସମ୍ପର୍କରେ ମା ପୁଅ ଦେଖିଥିବାରୁ କାଳେ ସେମାନେ ପ୍ରଘଟ କରିଦେବେ ସେହି ଆଶଙ୍କାରେ ଦୁର୍ବୁତ୍ତ ମାନେ ସେମାନଙ୍କୁ ମାରିଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।