ମା କନକଦୁର୍ଗାଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକାର ତୁଳସୀପୁର ବ୍ରାହ୍ମଣ ଶାସନରେ ପୂଜା ପାଉଥିବା ମା କନକ ଦୁର୍ଗାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଗତ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା
ବେଳେ ଆଜି ପୀଠେ ମହାଷ୍ଟମୀ ଅବସର ରେ ପାରମ୍ପରିକ ପ୍ରଥାନୁସାରେ ମାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ରୁ ମା ଙ୍କ ସ୍ନାନ ମାର୍ଜଣା ପରେ ବାଳ ଭୋଗ ଲାଗି କରାଯାଇଥିଲା। ଭକ୍ତ ମାନେ ଆଣିଥିବା ଫଳ ମୂଳ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ମା ଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯିବାପରେ ମନ୍ଦିର ପହୁଡ଼ ପଡ଼ିଥିଲା। ସଂଧ୍ୟା ରେ ମନ୍ଦିର ଫିଟାଯାଇ ମା ଙ୍କୁ ପୁନଃ ସ୍ନାନ ମାର୍ଜଣା କରାଯାଇ ମା ଙ୍କୁ ପ୍ରସିଦ୍ଧ ସିଂହବାହିନୀ ବେଶ ରେ ସଜ୍ଜିତ କରାଯାଇଥିଲା। ଗ୍ରାମବାସୀ ଓ ଭକ୍ତ ମାନେ ମା ଙ୍କ ସିଂହବାହିନୀ ବେଶ ଦର୍ଶନ କରିବା ସହିତ ମା ଙ୍କ ନିକଟରେ ଚୁଡ଼ାଘଷା ଭୋଗ ଲାଗି କରିଥିଲେ। ରାତି ରେ ଗ୍ରାମବାସୀ ଙ୍କ ପକ୍ଷରୁ ସମୂହ ଯନ୍ତାଳ ଭୋଜି ଅନୁଷ୍ଠିତ ହୋଇଥିଲା। ବିଳମ୍ୱିତ ରାତିରେ ସନ୍ଧିକ୍ଷଣ ସମୟ ରେ ମା ଙ୍କ ନିକଟରେ ପାଣି କଖାରୁ ବଳି ଦିଆଯାଇଥିଲା ଓ ପଣା ଭୋଗ ଲାଗି କରାଯାଇଥିଲା। ପୂଜକ ଭାବେ ପୂର୍ଣ୍ଣ ପାଣି, ଗଙ୍ଗାଧର ପାଣି ମା ଙ୍କ ସମସ୍ତ ପୂଜା ନୀତି ଅନୁଷ୍ଠିତ କରିଥିବା ବେଳେ ଗ୍ରାମ୍ୟ କମିଟି ସଭାପତି ବନ ବିହାରୀ ଦାଶ ମା ଙ୍କ ନିକଟରେ ସପ୍ତ ସତୀ ଚଣ୍ଡୀ ପାଠ କରିଥିଲେ।ମହାଷ୍ଟମୀ ପୂଜା ପାଇଁ ତୁଳସୀପୁର ବ୍ରାହ୍ମଣ ଶାସନ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ