ମା କନକଦୁର୍ଗା ଙ୍କ ସିଂହ ବାହିନୀ ବେଶ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାସ):ଆଜି ଆଶ୍ୱିନ ମାସର ଶୁକ୍ଳ ସପ୍ତମୀ ତିଥି ତଥା ପୀଠେ ଅଷ୍ଟମୀ। ପାରମ୍ପରିକ ପ୍ରଥାନୁସାରେ ନିମାପଡା ବ୍ଲକ ତୁଳସୀପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗା ଙ୍କ ର ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଛି। ପ୍ରାତଃ ରେ ମା ଙ୍କ ସ୍ନାନ ମାର୍ଜଣା ପରେ ବାଳଭୋଗହୋଇଥିବା ବେଳେ ମଧ୍ୟାର୍ଣ୍ଣ ରେ ଆମିଷ ଓ ଅନ୍ନ ଭୋଗ ଲାଗି ହୋଇଥିଲା । ସଂଧ୍ୟା ରେ ମା ଙ୍କୁ ପୁନଃ ସ୍ନାନ କରାଯାଇ ପ୍ରସିଦ୍ଧ ସିଂହ ବାହିନୀ ବେଶ ରେ ସଜ୍ଜିତ କରାଯାଇଥିଲା । ମା ଙ୍କୁ ସମସ୍ତ ଅଳଙ୍କାର, ତ୍ରିଶୂଳ, ଖଡ୍ଗ ଲାଗି ହେବାପରେ ଗ୍ରାମବାସୀ ଓ ମାତୃଭକ୍ତ ମାନେ ମା ଙ୍କ ନିକଟରେ ଫଳ, ମୂଳ, ଚୁଡାଘଷା ଭୋଗ ଲାଗି କରିଥିଲେ। ବିଳମ୍ବିତ ରାତିରେ ସନ୍ଧି ପୂଜା ଓ କୁଷ୍ମାଣ୍ଡ ବଳି ଦିଆ ଯାଇଥିଲା। ମହାଷ୍ଟମୀ ପାଇଁ ମନ୍ଦିର ପରିସର କୁ ସୁନ୍ଦର ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରା ଯାଇଥିଲା। ପୂଜକ ଭାବେ ବନ୍ଦେଶ୍ଵର ଗ୍ରାମ ର ଗଙ୍ଗାଧର ପାଣି, ପୂର୍ଣ୍ଣଚନ୍ଦ୍ର ପାଣି , ଶ୍ରୀ ଧର ପାଣି ଓ ଅମରେଶ୍ୱର ଗ୍ରାମ ର ଗଙ୍ଗାଧର ପାଣି ମା ଙ୍କ ପୂଜା ନୀତି କରିବା ସହିତ ମା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରିଥିଲେ। ଶାରଦୀୟ ଦୁର୍ଗାପୂଜା ପାଇଁ ତୁଳସୀପୁର ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଛି । ଗ୍ରାମ୍ୟ କମିଟି ସଭାପତି ବନ ବିହାରୀ ଦାଶ,ରଜନୀ କାନ୍ତ ତ୍ରୀପାଠୀ, ରଜତ ତ୍ରିପାଠୀ, ବିଭୂତି ଭୂଷଣ ମିଶ୍ର ପ୍ରମୁଖ ଗ୍ରାମବାସୀଙ୍କ ତତ୍ବାବଧାନରେ ମା ଙ୍କ ପୂଜା ନିତି ଅନୁଷ୍ଠିତ ହୋଇଥିବାବେଳେ ମନୋଜ ଦାଶ ଙ୍କ ନେତୃତ୍ୱ ରେ ମନ୍ଦିର ପରିସର ରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ