ମା କାମାକ୍ଷୀ ପୀଠରେ ମକର ଉତ୍ସବ

ଶେରଗଡ, (ଅନୀଲ କୁମାର ପଣ୍ଡା):ନରେନ୍ଦ୍ରପୁର ର ଆରାଧ୍ୟ ଦେବୀ ମା କାମାକ୍ଷୀ ଙ୍କ ପୀଠରେ ଧନୁ ମାସର ଶେଷ ପରେ ମକର ପର୍ବ ରେ ମା ଙ୍କ ପୀଠ ଚଳଚଞ୍ଚଳ। ମକର ପର୍ବ ରେ ଏହି କାମାକ୍ଷୀ ପୀଠରେ ମା ଙ୍କ ଦର୍ଶନ ଲାଗି ଜିଲ୍ଲା ର କୋଣ ଅନୁକୋଣରୁ ଛୁଟି ଆସନ୍ତି ଅଗଣିତ ଶ୍ରଦ୍ଧାଳୁ। ପ୍ରତ୍ୟୁଷରୁ ମା ଅଙ୍ଗ ରାଗ,ମାର୍ଜଣା,ମହାପ୍ରସାଦ ଅର୍ପଣ ବେଶ ପରେ ଆଳତୀ ହୋଇ ସର୍ବସାଧାରଣଙ୍କ ଦର୍ଶନ ବଢିଥିଲା। ନରେନ୍ଦ୍ରପୁର ଗ୍ରାମ ତରଫରୁ ନୂଆଁ ଆଟିକା ରେ ନୂଆ ଚାଉଳ ଚୁନା, ଗୁଡ,ଘିଅ, କ୍ଷୀର, ନଡ଼ିଆ, ମହୁ, କର୍ପୂର, ଗୁଜୁରାତି, ଗୋଲମରିଚ, ଅଦା, ସାକରକନ୍ଦା,କଦଳୀ, ସେଓ,ଆଖୁ ଈତ୍ୟାଦି ଫଳମୂଳ ଯୋଗାଇ ଦିଆଯାଇଥିଲା। ମକର ନୈବେଦ୍ୟ ପ୍ରସ୍ତୁତ କରିବା ପରେ ଘଣ୍ଟ, ଘଣ୍ଟା, କାହାଳୀ, ବାଦ୍ୟ ବାଜି ଉଠିଥିଲା। ଏହି ପର୍ବ ରେ ସର୍ବସାଧାରଣଙ୍କୁ ପ୍ରସାଦ ବଣ୍ଟନ କରାଯାଈଥିଲା। ଏହି ଅବସରରେ ମନ୍ଦିର ପରିସରରେ ନାମଯଜ୍ଞ,ଅନ୍ନଯଜ୍ଞ ଅନୁଷ୍ଠିତ ହୋଈଥିଲା। ଅଗଣିତ ଶ୍ରଦ୍ଧାଳୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ଙ୍କ ର ମକର ଚୌତିଶା ବେଶ ଦର୍ଶନ କରିଥିଲେ। ଶୃଙ୍ଖଳା ରକ୍ଷା ଲାଗି ନରେନ୍ଦ୍ରପୁର ଗ୍ରାମ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ