ମା କାଳୀ କୃଷକ ବିଦ୍ୟାପୀଠର ବାର୍ଷିକୋତ୍ସବ

ବୁବୁଡା : ବୁଗୁଡା ବ୍ଲକ ପୋଚାଲୁଣ୍ଡି ଗ୍ରାମର ମା କାଳୀ କୃଷକ ବିଦ୍ୟାପୀଠର ବାର୍ଷିକ ଉତ୍ସବ ପିଟିଏ ସଭାପତି ଭାସ୍କର ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ,ମୁଖ୍ୟ ବକ୍ତା ଭାବେ ୟୁ ବି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ବିଜୁଳି ଜେନା, ସମିତି ସଭ୍ୟା ସଂଯୁକ୍ତା କୁମାରୀ ଜେନା, ସିଆରସିସି ଡ଼ି ବାସୁଦେବ ଦୋରା, ସମାଜସେବୀ ରାମଚନ୍ଦ୍ର ଜେନା ଓ ବିଶ୍ୱନାଥ ଜେନା, ଏବଂ ପ୍ରାକ୍ତନ କ୍ରୀଡା ପରିଦର୍ଶକ ବାସୁଦେବ ସାମଲ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷକ ନବଘନ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ବିଜୟ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ ଓ ହିନ୍ଦୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଳ ଧନ୍ୟବାଦ ପ୍ରଦାନ କରିଥିଲେ । ଅତିଥିବୃନ୍ଦ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାପୀଠର ସମସ୍ତ ଶିକ୍ଷକ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ