ମା କାଳୁଆ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

ବ୍ରହ୍ମପୁର ପ୍ରସିଦ୍ଧ ମା କାଳୁଆ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଗୋଷାଣୀନୂଆଗାଁ ଅସ୍ଥାୟୀ ମଣ୍ଡପ ସ୍ଥିତ ବଡ଼ ସାହିରେ ବୁଧବାର ଅପରାହ୍ନ ୧୧:୩୦ରେ ଶୁଭ ଖୁଣ୍ଟି ସ୍ଥାପନ ହେଇଯାଇଛି ।ଏହି ଅବସରରେ ସଭାପତି ଜଗନ୍ନାଥ ଚୌଧୁରୀ, ସମ୍ପାଦକ ସନ୍ତୋଷ କୁମାର ସାହୁ, ରିଟୁ ପଣ୍ଡା, ଶିଶିର ପଣ୍ଡା, ତାରିଣୀ ସାମନ୍ତରାୟ, କାଇଗଲ୍ୟ ସାହୁ, ସନ୍ତୋଷ ପାଣିଗ୍ରାହୀ ଏବଂ ଜୟରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ, ମା କାଳୁଆ ଠାକୁରାଣୀଙ୍କ ଯାତ୍ରା ଚଳିତ ମାସ ୨୮ ତାରିଖ ପୁଲରି ଅମାବାସ୍ୟା ଦିନ ଆରମ୍ଭ ହୋଇ ଦୀର୍ଘ ୧୫ ଦିନ ପଯ୍ୟନ୍ତ ଚାଲି ପୁର୍ଣିମା ଦିନ ସମାପ୍ତ ହେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ