ମା କିଚକେଶ୍ବରୀ ସେବା ସଦନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଖିଚିଂ ଠାରେ ଥିବା ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମା କିଚକେଶ୍ବରୀ ସେବା ସଦନ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରକ୍ତକେନ୍ଦ୍ର ମାନଙ୍କ ରେ ଜରୁରୀ କାଳୀନ ରକ୍ତର ଅଭାବ କୁ ହୃଦୟଙ୍ଗମ କରି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ସ୍ବେଛାକୃତ ରକ୍ତଦାନ ଶିବିର ମା କିଚକେଶ୍ବରୀ ସେବା ସଦନ ର ସଭାପତି ସୁମନ୍ତ କୁମାର ଗିରି, ସମ୍ପାଦକ ହିମାଂଶୁ ନାଏକ, ଉପଦେଷ୍ଟା ନଗେନ ଚନ୍ଦ୍ର ପାଲ, ଖିଚିଂ ସରପଞ୍ଚ ଅଙ୍କିତା ବେହେରା, ଶିକ୍ଷୟତ୍ରୀ ସୁରୁଚି ଗିରି, ସଞ୍ଜୟ ଗିରି ପ୍ରମୁଖ ରକ୍ତଦାନ କରିବା ସହିତ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ଡ଼ଃ ସ୍ୱୟଂ ପ୍ରଭା ପୃଷ୍ଟି ଉପସ୍ଥିତ ରହି ରକ୍ତଦାତା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ସମାଜସେବୀ ଡକ ହେସା ଉପସ୍ଥିତ ହୋଇ ମା କିଚକେଶ୍ବରୀ ସେବା ସଦନ ର ଏହି କାର୍ଯ୍ୟକ୍ରମ ରେ ସହଯୋଗ ସହିତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ କରଞ୍ଜିଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ରକ୍ତକେନ୍ଦ୍ର ର ରଜତ ମହାକୁଡ଼, ସୁମନ୍ତ ମହାନ୍ତ, ମାନସ ରଞ୍ଜନ ବାରିକ, ସଞ୍ଜୀବ କୁମାର ମହାନ୍ତ, ମନୋଜ କୁମାର ରାଉତ ପ୍ରମୁଖ ରକ୍ତସଂଗ୍ରହ ରେ ସହଯୋଗ କରିଥିଲେ ରକ୍ତଦାନ ଶିବିର ପରିଚାଳନା ରେ ମା କିଚକେଶ୍ବରୀ ସେବା ସଦନ ର ସଦସ୍ୟ ସଞ୍ଜୟ ବେହେରା,ତାପସ କୁମାର ବେହେରା, ଗଣେଶ ସାହୁ, ଭରତ ଧଳ, ମାନସ, ଦୀନେଶ, ସମୀର, ଦିପୁ ନାଏକ ସକ୍ରିୟ ସହଯୋଗ କରିଥିଲେ
ଏହି ଶିବିର ରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା.