ମା କିଚକେଶ୍ୱରି ଉଚ୍ଚ ବିଦ୍ୟାଳୟ ୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ମା କିଚକେଶ୍ୱରି ଉଚ୍ଚ ବିଦ୍ୟାଳୟ , ଖିଚିଂ ଠାରେ ୨୦୦୬ ମସିହା ମାଟ୍ରିକ ବ୍ୟାଚ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଓ ସ୍କୁଲ ର ସମସ୍ତ ଶିକ୍ଷକ ସମସ୍ତେ ଏକାଠି ହୋଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ , ଏହି ସ୍କୁଲ ରେ ପୁରାତନ ଛାତ୍ର ଛାତ୍ରୀ ନିଜ ସ୍ମୃତି କୁ ସାଇତି ରଖିବା ପାଇଁ ଏକ ମୁଗୁନି ପଥର ନିର୍ମିତ ଅଗ୍ର ପୂଜ୍ୟ ଗଣେଶ ଦେବତା ଙ୍କ ମୂର୍ତ୍ତୀ ସ୍ଥାପନ କରିଥିଲେ , ସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ବାରିକ , ପୁରାତନ ସହ ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର , ବର୍ତ୍ତମାନ ପ୍ରଧାନ ଶିକ୍ଷକ ସୁଧାକାନ୍ତ ସାହୁ , ଅନନ୍ତ ମହାକୁଡ , ଶୈଲେଶ ଭୋଇ,ଗଣେଶ୍ୱର ସାହୁ ଓ ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିଥିଲେ , ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେବ ବୋଲି ଛାତ୍ର ଛାତ୍ରୀ ମାନେ ଆଲୋଚନା କରିଥିଲେ । ଆଗାମୀ ଦିନରେ ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହେବା ସମ୍ପର୍କ ରେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀ ମାନେ ମିଶି ସମସ୍ତ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ , ପରି ଶେଷ ରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଭଳି ଏକ ମହତ୍ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ.


