ମା କୁରେଇଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘର ଷଟମାସିକ ବୈଠକ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ): ଗ୍ରାମୀଣ ନାଟକ , ରାମାୟଣ ମହାଭାରତାଦି ନାଟକ ନିର୍ଦ୍ଦେଶକ ମାନଙ୍କୁ ନେଇ ଗଠିତ ମା କୁରେଇଶୁଣି ଲୋକକଳା ନିର୍ଦ୍ଦେଶକ ସଂଘର ଷଟମାସିକ ବୈଠକ ସ୍ଥାନୀୟ ମହୁରୀ କାଳୁଆ ପୀଠ ପରିସରରେ ସଂଘର ପୁର୍ବତନସଭାପତି ଦାମୋଦର ବାଡତ୍ୟାଙ୍କ ପୌରହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳକାର ସଂଘ ତଥା ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାତା ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ଅତିଥି ଭାବରେ ଯୋଗଦେଇ ଗ୍ରାମୀଣ ନାଟକରୁ ଅପସଂସ୍କୃତି ଦୂରୂଭୁତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ସଂଗଠନ ଉଭୟ କଳା ଓ କଳାକାରଙ୍କ ଉନ୍ନତି କଳ୍ପେ ଦୃଢ ପ୍ରତିଜ୍ଞ ହେବାକୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ କଳେଶ୍ୱର ରାଉତ, ଦୁଯୋଧନ ରାଉତ, ହରିଓଁ ପ୍ରଧାନ, ସଂଜୟ ବିଷୋୟୀ, ଶୁସାନ୍ତ ଚଣ୍ଡ, ପି. ନରସିଂହ , ସୀମାଞ୍ଚଳ ବାଡତ୍ୟା ପ୍ରମୁଖ ଯୋଗଦେଇଥିଲେ । ପରିଶେଷରେ ସଂଘର ସମ୍ପାଦକ ପ୍ରତାପ ପ୍ରଧାନ ସଂଘର ଆଗାମୀ ବୈ÷ଠକ ଚଳିତ ମାସ ୩୧ତାରିଖରେ ଖଲ୍ଲିକୋଟ ସ୍ଥିତ ସଂକଳେଶ୍ୱର ମନ୍ଦିର ପରିସରରେ ରଖାଯିବ ରଖାଯିବା ସୂଚନା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ