ମା କୁ ମାଡ଼ ମାରି ପୁଅ ଗଲେ ଜେଲ୍
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଚୁଡଙ୍ଗପୂର୍ ପଞ୍ଚାୟତ ରତ୍ନମାଳାପୁର ଗ୍ରାମର ଜଣେ ମା କୁ ମାଡ଼ ମାରି ପୁଅ ଜେଲ୍ ଯାଇଥିବା ଜଣାପଡିଛି l ପୁଅ ଜଣଙ୍କ ହେଲେ ରତ୍ନମାଳାପୁର ଗ୍ରାମର ଅରୁଣ କୁମାର ସାହୁ l ସୂଚନା ଯୋଗ୍ୟ ଅରୁଣ କୁମାର ସାହୁ ଘରକୁ ଆସି ନିଜ ମା ଓ ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହ ପିଟାମାରା କରି ଘରେ ଥିବା ଜିନିଷ ପତ୍ର ଭାଙ୍ଗି ନଷ୍ଟ କରିଥିଲେ l ଏନେଇ ଅରୁଣ କୁମାର ସାହୁ ଙ୍କ ମା ସାରଦା ସାହୁ ପାଟପୁର ଥାନା ରେ ଅଭିଯୋଗ କରିବା ପରେ ଅଭିଯୋଗ କୁ ଭିତ୍ତି କରି ପାଟପୁର ଥାନା ଅଧିକାରି ସବ୍ୟସାଚି ମଲ୍ଲ ୧୦/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l ଜାମିନ ନାଂଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି l


