ମା ଖିଲାମୁଣ୍ଡା ଙ୍କ ବର୍ଷିକ ଯାନୀଯାତ୍ରା ଅନୁଷ୍ଠିତ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):କଳା ଓ ସଂକୃତିର କ୍ଷେତ ଆମ ରାଜ୍ୟ ଓଡ଼ିଶା ଏକଦା ଉତ୍କଳ ମାଟିନାମରେ ପରିଚିତ l ଖୋର୍ଦ୍ଧା ଜିଲ୍ଲା କେବଳ ଇତିହାସ ରେ ନାକମେଇଚି ତା ନୁହେଁ ଓଡ଼ିଆ କଳା ସଂକୃତିକୀ ଅବଦାନ ବହୁତ l ତେବେ ଓଡିଶା ବିଭିନ୍ନ ଜିଲ୍ଲା ରେ ପାଳିତ ହେଉଥିବା କଳା ଓ ଲୋକ ସଂକୃତି ଭିନ୍ନ l ତେବେ ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥା ବାଣପୁର ବ୍ଲକ ଅନ୍ତର୍ଗତ ବିଝଳା ଗ୍ରାମରେ ପାଳିହେଉଥିବା ମା ଖିଲାମୁଣ୍ଡା ଙ୍କ ବର୍ଷି ଯାନୀ ଯାତ୍ରା ଏ ନିଆରା l ବିଝଳା ଗ୍ରାମରେ ଚଳିତ ବର୍ଷ ଧୁମ ଧାମରେ ପାଳିହୋଇଯାଇଛି ଏହି ଯାନୀ ଯାତ୍ରା l ମକର ସଂକୃତି ର ପୂର୍ଵ ମଧ୍ୟ ରାତ୍ରିରେ ଗ୍ରାମ ଆର୍ଦ୍ଧ୍ୟ ଦେବୀ ମାଖିଲା ମୁଣ୍ଡା ଙ୍କ ପୀଠ ରେ ଆଜ୍ଞାମାଳ ଅନୁଷ୍ଠିତ ହୋଇ ସଖାଳୁ ମା ଖିଲାମୁଣ୍ଡା ଙ୍କ ପୀଠ ରୁ ଘଣ୍ଟ ଘଣ୍ଟା ଢୋଲ ଆଦି ବାଦ୍ୟ ବଜାଯାଇ ଏକ ଶୋଭାଯାତ୍ରା ରେ ମା ଖିଲା ମୁଣ୍ଡା ଙ୍କ କାଠି ଠାକୁରାଣୀ ପ୍ରତିମା ଅଣା ଯାଇ ଗ୍ରାମ କୁ ଭୋଗ ଖିଆ ନୀତି କନ୍ତି ଅନୁଷ୍ଠିତ ହୋଇଛି l ଏହି ଯାନୀ ଯାତ୍ରା ଏହି ଗ୍ରାମ ରେ ଦୁଇ ଦିନ ଧରୀ ଅନୁଷ୍ଠିତ ହେବ l ଆଜି ରାତ୍ରିରେ ସଂକୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l

 
             
						 
						 
						 
						 
						 
						
