ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋରେ ହିଞ୍ଜିଳି ସହର ଉତ୍ସବମୁଖର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକ ଉତ୍ସବମୁଖର ହୋଇଉଠିଛି । ଗଜଲକ୍ଷ୍ମୀଙ୍କୁ ଅରାଧନା କରିବା ଲାଗି ସକାଳୁ ସନ୍ଧ୍ୟା ଯାଏଁ ଅସ୍ଥାୟୀ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ପୁରୋହିତଙ୍କମନ୍ତ୍ର ଧ୍ୱନିରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହେଉଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଗ୍ରାମବାସୀ ଭକ୍ତି ଭାବନାର ଡ଼ୋରିରେ ବନ୍ଧା ହୋଇ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ସୁସଜ୍ଜିତ କଳାକୁଂଜ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ । ହିଂଜିଳିକାଟୁ ପୌରାଂଚଳ ପରିବା ବଜାର ସମେତ ବଇଁଚବଣିଆ ପୂଜା ମଣ୍ଡପ ଏବଂ ନିକଟବର୍ତି ପିତଳ ଗ୍ରାମରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି ।ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ଅବସରରେ ସନ୍ଧ୍ୟାରେ ଅସ୍ଥାୟୀ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିବା ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ