ମା ଗୋଠ ନାହାକାଣୀ ପୀଠରେ ମକର ମେଳା 

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ଅଁରା ଗ୍ରାମରେ ଥିବା ମା ଗୋଠନାହାକାଣୀ ପୀଠରେ ପବିତ୍ର ମକର ମେଳା ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବୁଧବାର ସକାଳୁ ଶୁକଦେବ ଦାଶ, ସାବିତ୍ରୀ ଦାଶ, ସତ୍ୟବ୍ରତ ଦାଶ, ନୀଳମଣି ଦାଶ, ଦେବବ୍ରତ ଦାଶ, ଜ୍ୟୋତି ପଣ୍ଡା ପ୍ରମୁଖଙ୍କ ଦ୍ୱାରା କଳଶ ଶୋଭାଯାତ୍ରା କରାଯାଇ ମାଙ୍କ ପାଠରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା । ତେନ୍ତୁଲିଗଛ ମୁଳରେ ଥିବା ମା”ଙ୍କ ପୀଠରେ ଶ୍ରଦ୍ଧାଳୁମାନେ ଦୀପଜାଳିବା ସହ ଗଛରେ ନୂଆଶାଢ଼ୀ ବାନ୍ଧି ନିଜ ନିଜର ମାନସିକ ପୁରଣ ପାଇଁ ପ୍ରାର୍ଥନା କରିଥିଲେ । ମା”ଙ୍କ ପାଖରେ ଶାଢ଼ୀ ବାନ୍ଧିଲେ ମାନସିକ ପୁରଣ ହୁଏ ବୋଲି ଲୋକ ମାନଙ୍କ ମନରେ ଦୃଢ଼ ବିଶ୍ୱାଷ ଅଛି ବୋଲି ଶ୍ରଦ୍ଧାଳୁ ମାନେ କହିଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ମକରଦିନ ଏଠାକୁ ଆସି ମାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହିତ ଶାଢ଼ୀ ବାନ୍ଦୁଥିବା ଦେଖିବାକୁ ମିଳିଥିଲା । ଏ୍‌ଥିପାଇଁ ପୀଠଟି ଚଳଚଞ୍ଚଳ ହୋଇଉଠିଥିବାବେଳେ ବହୁ ଉଠା ଦୋକାନୀ ସେମାନଙ୍କ ପସରା ମେଲି ଦେଇଥିଲେ । ସାଂସ୍କୃତିକ କାର୍ଯ;୍ୟକ୍ରମ ସ୍ୱରୁପ ପାଲା ପରିବେଷଣ କରାଯାଇଥିଲା । ବିଜନ ବେହେରା, ଶକ୍ତିଧର ରାଉତ, ବିଜନ ନାୟକ, ବାସୁଦେବ ନାୟକ, ଧବଳେଶ୍ୱର ବେହେରା, ପ୍ରକାଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ