ମା ଙ୍କ ପାଇଁ ଦିନଟିଏ

ମା ଶଦ୍ଧଟି ଛୋଟ ହେଲେ ବି ଏଥିରେ ଥାଏ ମଧୁରତା,ସ୍ନେ୍ହ,ଓ ଆବିଳତା ଜନ୍ମରୁ ବଡ ହେବାଯାଏ ଛାଇପରି ଆମ ପାର୍ଶ୍ବରେ ଥାଏ ।୧୦ ମାସ ୧୦ ଦିନ ଗର୍ଭରେ ରଖି ବହୁ ଯନ୍ତ୍ରଣା ସହି ଆମକୁ ଜନ୍ମ ଦେଇ ଥାଏ । ଆମକୁ ଦୁନିଆ ଦେଖାଏ । କୁଆଁ କୁଆଁ ରାବରେ ସତେଯେପରି ତାର ପେଟ ପୁରିଯାଏ । ସେ ହାରେ ନାହିଁ । ଅଶ୍ରୁ.ସ୍ବେଦ,ରକ୍ତ ଦେଇ ଖାଲି ଦେଇଚାଲେ ମାଗେ ନାହିଁ । ଅସରନ୍ତି ମାତୃତ୍ବ ଓ ପ୍ରେମର ନିଦର୍ଶନ । ସନ୍ତାନ ର ଅଳୀଅଝଟକୁ ପୁରଣ କରେ ମା ସେ ଆମକୁ ଦୁନିଆ ଦେଖାଏ । ଆଉ ପ୍ର୍ରଥମ ଶଦ୍ଧ ଆମ ପାଟିରୁ ବାହାରିଥାଏ ମା, ଛୋଟରୁ ବଡ କରାଏ । ନିଜେ ନଖାଇ ଆମକୁ ପେଟକୁ ଦେଖେ । ନିଜ ପିଲାର ଓଠର ହସ ଦେଖିଲେ ଜୀବନର ସବୁ ଦୁଖ ସେ ଭୁଲିଯାଏ । ଭୋକଲାଗିବା ଆଗରୁ ପେଟ ଚିହ୍ନି ଖାଇବାକୁ ଦେଇଥାଏ । ଦେହ ଖରାପ ହେଲେ ଦିନରାତି ସେ ଆମ ପାଖରେ ବସି ରହି ସେବାସୁଶ୍ରସା କରେ । ସେଥିପାଇଁ ସେ ମା ଯୁଆଡେ ଆମେ ଚାଲିଯାଇଥିଲେ । ଆମ ଫେରିବା ବାଟକୁ ଅନାଇ ବସିଥାଏ । ସେଥିପାଇଁ ସେ ତ ସେ ମା । ଇଶ୍ବରଙ୍କ ମହାନ ସୃଷ୍ଟି ରେ ମା ହେଉଛି ସର୍ବତମ ସେ ଜନ୍ମଦାତ୍ରୀ,ମମତାମୟୀ,ଆଉ ପ୍ରେରଣା ଦାୟୀ । ଇତିହାସ ଉପରେ ନଜର ପକାଇଲେ ୧୮୬୧ରୁ ୧୮୬୫ ମସିହା ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ବ ପ୍ରଥା ଯୋଗୁ ସଂଘର୍ଷ ଲାଗି ରହିଥିଲାସ । ସେ ସମୟରେ ଜଣେ ମହିଅସୀ ମହିଳା ରୁଗ୍ଣ ଅସହାୟ ଓ ଆହତ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଉଚ୍ଚକୋଟୀର ସେବାଯୋଗୁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କ ମୃତ୍ୟପରେ ତାଙ୍କର ସୁକନ୍ୟା ଆନ୍ନା ଜାଭିସ ନିଜର ମା ଙ୍କର ସୃତିୁରକ୍ଷ୍ୟା ନିମନ୍ତେ ପାଳନ କରିଥିଲେ ମାତୃଦିବସ । ଅନ୍ୟପଟେ ୧୯୧୪ ମସିହାରେ ରଷ୍ଟ୍ରପତି ଉଡ୍ରୱିଲ୍ସନ୍ ଏହି ସେବିକା ମା ମାନଙ୍କୁ ମନେରଖିବା ପାଇଁ ପ୍ରତିବର୍ଷ ମେ ମଙ୍କସର ଦି୍ତୀୟ ରବିବାରକୁ ମାତୃଦିବସ ପାଳନ ଆରମ୍ଭ କରିଥିଲେ । ଏହା ପରେ ଆମେରିକାର ଏହା ଜାତୀୟ ଦିବସ ପାଳନ କରିବାପାଇଁ ଆଗେଇ ଆସିଲେ । ସେହିପରି ଭାବେ ଭାରତରେ ମଧ୍ୟ ମେ ମାସର ଦି୍ବତୀୟ ସପ୍ତାହକୁ ମାତୃ ଦିବସ ରୂପେ ପାଳନ କରିବା ଆରମ୍ଭ କଲା । ମା ର ଶଦ୍ଧ ହେଉଛି ଅମାପ ତାକୁ କାହି ସହିତ ତୁଳନା ସରାଯାଇନପାରେ । ମା ର ପଣତକାନି ବଡ ଦେଉଳର ନେତ ମା ର ଆଶୀର୍ବାଦ ସନ୍ତାନର ରକ୍ଷା କବତ ଏବଂ ମା ର କୋଳ ଦୁନିଆର ନିରାପଦ ଆଶ୍ରୟସ୍ଥଳୀ । ଯେତେ କଷ୍ଟ ସହିଲେ ମଧ୍ୟ ହସ ହସ ମୁହୁଁ ରେ ସବୁ କିଛି ସେ ପିଇଯାଇଥାଏ । ସେ ସନ୍ତାନର ଛାଇ ଭଳି ତା ପାଖରେ ଥାଏ । ଆଜି ଦିନଟିକୁ ସବୁ ମା ଙ୍କ ପାଇଁ ସୁଖ ସମୃଦ୍ଧି ଆଣି ଦେଉ ଏହା ହିଁ ଯୁଗାଦ୍ଧ ନିଜ୍ୟୁ ପକ୍ଷରୁ କାମନା କରୁଛୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ