ମା’ ଙ୍କ ମହାଷ୍ଟମୀ ପୂଜାରେ ବଡ଼ସାହି ଅଞ୍ଚଳ ହୋଇ ପଡ଼ିଛି ଉତ୍ସବ ମୁଖର
ବଡ଼ସାହି, (ନିରଞ୍ଜନ ମହାନ୍ତ): ଶାରଦୀୟ ଦୁର୍ଗା ପୂଜା ମହୋତ୍ସବ ନିମନ୍ତେ ବଡ଼ସାହି ସମେତ ସମଗ୍ର ବ୍ଲକ ଅଞ୍ଚଳ ହୋଇ ପଡିଛି ବେଶ ଉତ୍ସବ ମୁଖର।ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ଆରାଧନା ପାଇଁ ବଡ଼ସାହି ବ୍ଲକର ବିଭିନ୍ନ ସ୍ଥାନରେ। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗବେରଙ୍ଗର ଆଲୋକ ସାଜସଜ୍ଜା ଏବଂ ସୁସଜ୍ଜିତ ପୂଜା ମଣ୍ଡପରେ ଆଜି ମହାଷ୍ଟମୀ ପୂଜା ଯଥାବିଧି ଅନୁଷ୍ଠିତ ହୋଇଯାଇଛି।ପାଗ ଅନୁକୂଳ ହେବାରୁ ବ୍ଲକର ସମସ୍ତ ମଣ୍ଡପରେ ଭକ୍ତଙ୍କ ଅଧିକ ଗହଳି ଦେଖିବାକୁ ମିଳିଥିଲା।ସ୍ଥାନୀୟ ବଡ଼ସାହି ଗ୍ରାମ ରେ ସର୍ବପୁରାତନ ଦୁର୍ଗା ପୂଜା ଚଳିତ ବର୍ଷ ୮୦ ତମ ଉତ୍ସବ ପାଳନ କରୁଛି।ସାର୍ବଜନୀନ ପୂଜା କମିଟିର ସଭାପତି ଶ୍ରୀକାନ୍ତ ଦାସ ଓ ସମ୍ପାଦକ ହରେକୃଷ୍ଣ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ସମେତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବେଶ୍ ଶୃଙ୍ଖଳା ତଥା ଉତ୍କଣ୍ଠାର ସହ ପୂଜା ଉତ୍ସବ ସମାହିତ ହେଉଥିବାର ଦେଖାଯାଇଛି।ସେହିପରି ପୁରାତନ ଅନୁଷ୍ଠାନ ତାଳପଦା ଦୁର୍ଗା ପୂଜା କମିଟି ୮୧ ବର୍ଷରେ ପଦାର୍ପଣ କରିଥିବା ବେଳେ ସିଂହଟିଆ ପୂଜା କମିଟି ୪୬ ତମ ପୂଜା ଉତ୍ସବ ପାଳନ କରୁଛି।ବ୍ଲକର ମାଣତ୍ରୀ, ଭୀମଦା,ଦେଉଳିଆ,ପ୍ରତାପ,ପୁର,ସାନକେରକୋ, ବାଘୁଆପାଳ ମିରିଗିଦାରି ମହୁପୁରା ଆଦି ଗ୍ରାମରେ ମହା ଆଡମ୍ବର ସହକାରେ ମା’ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।