ମା’ ଚରିତ୍ରରେ ନଜର ଆସିବେ କଙ୍ଗନା

ମୁମ୍ବାଇ : ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର ପାଇଁ କଙ୍ଗନା ବେଶ୍‌ ପରିଚିତ। ପୁଣି ଥରେ କଙ୍ଗନା ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ରେ ଏକ ଅଲଗା ଅନ୍ଦାଜ୍‌ରେ ନଜର ଆସିବେ । କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦଲେ ଗୁରୁବାର ଦିନ ଏହି ଫିଲ୍ମର ପ୍ରଥମ ଲୁକ୍‌କୁ ସେୟାର କରିଛନ୍ତି। ‘ମଣି କର୍ଣ୍ଣିକା ଦ କ୍ବିନ୍‌ ଅଫ୍‌ ଝାଁସୀ’ ପରେ କଙ୍ଗନା ପୁଣି ଥରେ ଏହି ଫିଲ୍ମରେ ଜଣେ ମା’ର ଚରିତ୍ର ନିଭାଇବାକୁ ଯାଉଛନ୍ତି। ଏହି ପୋଷ୍ଟରରେ କଙ୍ଗନା ପିଙ୍ଗ୍‌ ସୁଟ୍‌ ପିନ୍ଧି ଝରକା ବାହାରକୁ ଝାଙ୍କି ହୋଇଥିବାର ନଜର ଆସିଛନ୍ତି। ପଙ୍ଗାରେ କଙ୍ଗନାଙ୍କ ବ୍ୟତୀତ ଅଭିନେତ୍ରୀ ନୀନା ଗୁପ୍ତା, ଋଚା ଚଢା, ପଙ୍କଜ ତ୍ରିପାଠୀ ପ୍ରମୁଖ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅଶ୍ବିନୀ ଆୟର୍‌ ତିଓ୍ବାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମହିଳା କବାଡି ଖେଳାଳି ଓ ତାଙ୍କ ଦ୍ବାରା କରାଯାଇଥିବା ପରୀକ୍ଷଣ ଉପରେ ଆଧାରିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ