ମା ଜାଗେଶ୍ଵରୀ ଦେବୀ ଙ୍କ ମନ୍ଦିର ର ନବୀକରଣ ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ ) :-ପୁରୀ ଜିଲ୍ଲା କୋଣାର୍କନିକଟସ୍ଥ ମହଲପଡା ଗ୍ରାମପଞ୍ଚାୟତର ଓରେଇ ଗ୍ରାମରେ ଥିବା ଗ୍ରାମଦେବତୀ “ମା ଜାଗେଶ୍ୱରୀ”ଙ୍କ ମନ୍ଦିରର ନବୀକରଣ ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଚାର୍ଯ୍ୟ ନୃସିଂହ ପ୍ରସାଦ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଆଚାର୍ଯ୍ୟ ମାନସରଂଜନ ଦ୍ବିବେଦୀ, ପ୍ରିୟରଂଜନ ମିଶ୍ର, ରାକେଶ ତ୍ରିପାଠୀ ଓ ସଦାଶିବ ମିଶ୍ର ପ୍ରମୁଖ ଯୋଗଦେଇ ହୋମ, ଯଜ୍ଞାଦି କାର୍ଯ୍ୟ କରିଥିଲେ। ଗତ ୨୪ତାରିଖରେ କଳସ ଯାତ୍ରା ଓ କଳସ ସ୍ଥାପନ କରାଯାଇଥିବା ବେଳେ ୨୫ ତାରିଖରେ ଯଜ୍ଞଶାଳା ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା, ମନ୍ଦିର ପ୍ରତିଷ୍ଠା, ମା’ଙ୍କ ମାଘ ସ୍ନାନ, ସପ୍ତଶକ୍ତି ଚଣ୍ଡି ଆହୁତି ସହିତ ପୂର୍ଣ୍ଣାହୁତି ସଂପନ୍ନ ପରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଓରେଇ ତଥା ଆଖପାଖ ଅଞ୍ଚଳର ସହସ୍ରାଧିକ ମହିଳା ଓ ପୁରୁଷ ଯୋଗଦେଇ ମା’ଙ୍କ ଦର୍ଶନ ଲାଭ କରିଥିଲେ । ଏହି ପରିପ୍ରେକ୍ଷୀ ରେ ବିଶ୍ୱ କଲ୍ୟାଣ ନିମନ୍ତେ ଆୟୋଜିତ ଯଜ୍ଞ ଏବଂ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ହରିବୋଲ, ହୁଳହୁଳି, କୀର୍ତ୍ତନ ଓ ଘଣ୍ଟ ଘଣ୍ଟି ତଥା ବାଦ୍ୟରେ ସମଗ୍ର ଅଂଚଳ ପ୍ରକମ୍ପିତ ହେବା ସହ ଏଠାରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ସୂଚନା ଯୋଗ୍ୟ ଯେ ଗ୍ରାମରେ ଥିବା ଏହି ପୁରାତନ ମନ୍ଦିର ପ୍ରାକୃତିକ ଝଡଝଞ୍ଜା ଦ୍ଵାରା କ୍ଷତିଗ୍ରସ୍ତ ହୋଇ ଜୀରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏହାର ସଂପୂର୍ଣ୍ଣ ନବୀକରଣ ନିମନ୍ତେ ଗ୍ରାମବାସୀ ମାନଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶୀର୍ଷ ରଂଜନ ନାୟକ ଓ ଲୋକପ୍ରତିନିଧି ମାନେ ଯୋଗ ଦେଇଥିବା ବେଳେ ପରେଶ କୁମାର ମହାନ୍ତି,ସୁବାସ ଚନ୍ଦ୍ର ମାଝୀ,ନିରଞ୍ଜନ ମାଝୀ,ହରିହର ପ୍ରଧାନ,ଶରତ ପାତ୍ର,ଉଲ୍ଲାସ ଚନ୍ଦ୍ର ବିଶ୍ୱାଳ, ଭାସ୍କର ମାଝୀ, ସନ୍ଦିପ୍ତ ପଣ୍ଡା, ଗିରିଶ ଚନ୍ଦ୍ର ସ୍ୱାଇଁ, ଲିଙ୍ଗରାଜ ସ୍ୱାଇଁ, ପ୍ରସନ୍ନ କୁମାର ପରିଡା, ଅଶୋକ ବିଶ୍ୱାଳ ଙ୍କ ସମେତ ଗ୍ରାମବାସୀ ମାନେ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ