ମା ଝିଅଙ୍କୁ ଆକ୍ରମଣ ଅଭିଯୋଗରେ ଦୁଇଭାଇ କୋର୍ଟଚାଲଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଫାଣ୍ଡି ଅଧିନରେ ଥିବା ଲକ୍ଷ୍ମୀବଜାର ସ୍ଥିତ ଏକ ପରିବାରର ଗଣ୍ଡଗୋଳକୁ ନେଇ ଦୁଇ ଭାଇ କୋର୍ଟଚାଲାଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମା, ଝିଅଙ୍କୁ ପରିବାର ଲୋକ ନିସ୍ତୁକ ମାଡ ମାରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ କାରିଣୀ ଦିପାଳୀ ସାହୁଙ୍କ ସୂଚନା ଅନୁଯାୟୀ ତାଙ୍କୁ ଓ ତାଙ୍କ ମାଆ କଳ୍ପନା ମଞ୍ଜରୀ ସାହୁଙ୍କୁ ତାଙ୍କ ବଡବାପାଙ୍କ ପରିବାର ନିସ୍ତୁକ ମାଡ ମାରିଛନ୍ତି । ବଡବାପା ପୂର୍ଣ୍ଣଚନ୍ଦ୍ର ସାହୁ, ଦୁଇପୁଅ ବିନୋଦ ଓ ଆନନ୍ଦ, ବଡ ମାଆ ବାସନ୍ତୀଲତା ସାହୁ,ବୋହୂ ରିତୁରାଣୀ ତାଙ୍କୁ ଅକଥନୀୟ ଅତ୍ୟାଚାର ସହିତ ଶାରିରୀକ ନିର୍ଯାତନା ଦେଇଛନ୍ତି । ଦୁଇଭାଇ ଦୀପାଳୀ ତାଙ୍କ ମାଆ କଳ୍ପନା ମଞ୍ଜରୀଙ୍କୁ ଲୁହା ରଡରେ ପିଟିଥିବାବେଳେ ହାତରେ କାନମୁଳିକୁ ଚାପୁଡା ମଧ୍ୟ ମାରିଛନ୍ତି । ଏଥିରେ ପରିବାରର ଅନ୍ୟସଦସ୍ୟ ସମସ୍ତ ସହଯୋଗ କରିଥିବା ଦୀପାଳୀ ଲିଖିତ ଭାବେ ଜଣାଇଥିବାବେଳେ ଜୀବନ ପ୍ରତି ବିପଦ ଥିବାରୁ ସେ ପୁଲିସ ପାଖରୁ ସହାୟତା ଲୋଡିଛନ୍ତି । ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ମାଡମାରିଥିବା ଅଭିଯୋଗରେ ଦୁଇ ଭାଇ ବିନୋଦ ଓ ଆନନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିିଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ