ମା ତାରାତାରିଣି ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ମା ତାରାତାରିଣୀ ମନ୍ଦିର ଅଂଚଳର ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ, ସମସ୍ତ କାର୍ଯ୍ୟ ସକାଶେ ଅଲଗା ଅଲଗା ଟେଣ୍ଡର ନ କରି ସମିଶ୍ରିତ ଟେଣ୍ଡର କରି କାର୍ଯ୍ୟ ଶୀଘ୍ର୍ର ଆରମ୍ଭ କରି ଶେଷ କରନ୍ତୁ । ତିଆରି କରାଯାଇଥିବା ପଥର ପାହାଚ ଯେମିତି ଭାଙ୍ଗିବ ନାହିଁ ସେଥୀପ୍ରତି ଦୃଷ୍ଟି ଦିଅନ୍ତୁ । ମନ୍ଦିର ର ସର୍ବାଙ୍ଗ ଉନ୍ନତି ଯେପରି ଭଲ ହେବ ସେଥିପାଇଁ ପକ୍ଷେପ ଗ୍ରହଣ କରିବାକୁ କହିଥିଲେ । ସିଂହଦ୍ୱାର ର ବହୁମୁଖୀ ସ୍ନାନ ମଣ୍ଡପ,ଯଜ୍ଞ ମଣ୍ଡପ,କମ୍ପେ୍ଲକ୍ସ୍ ନିକଟରୁ ତଳକୁ ଯାଉଥିବା ରାସ୍ତାର ପ୍ରଶସ୍ତିକରଣ,ରାସ୍ତା ପାଶ୍ୱର୍ ଏମିନିଟି ସେଣ୍ଟର,ଦିଗନ୍ତ ଆଇବି,ଦୀପ ଗୃହ,ପ୍ରସାଦ ସେବନ ମଣ୍ଡପ,ସିଂହଦ୍ୱାର ରେ ଅତ୍ୟାଧୁନିକରଣ ପଥର ପାହାଚ ମରାମତି,ଯାନ ବାହାନ ପ୍ରବେଶ ପଥରେ ଐ୍ୟତିହ ଦ୍ୱାର ନିର୍ମାଣ,ପାନୀୟ ଜଳ ଯୋଗାଣ,ମନ୍ଦିର ର କେମିକାଲ ଟ୍ରିଟମେଣ୍ଟ ଓ ଆର୍ଥିଙ୍ଗ କାର୍ଯ୍ୟ,ମନ୍ଦିରକୁ ଯାଉଥିବା ପାହାଚରେ ବ୍ରାସ ଚେନ୍ କାର୍ଯ୍ୟ ଉତ୍ୟାଦି ସମସ୍ତ ଆନୁସଙ୍ଗିକ ଉନ୍ନୟନ କାର୍ଯ୍ୟ ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତ ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ । ଭଞ୍ଜନଗର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର କର,ପୁରୁଷୋତ୍ତମପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା,ପୁରୁଷୋତ୍ତମପୁର ତହସିଲଦାର ତନ୍ମଜୟ ସାହୁ,କୋଦଳା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ପୁରୁଷୋତ୍ତମପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଟ ଯନ୍ତ୍ରୀ ଲୋକନାଥ ନାୟକ,ଛତ୍ରପୁର ରାସ୍ତା ଓ କୋଠାବାଡି ବିଭାଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଟି. ଲୋକେଶ, ରାସ୍ତା ଓ କୋଠାବାଡି ବିଭାଗ ତାରାତାରୀଣୀ ମନ୍ଦିର ସହକାରୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ û

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ