ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ ଆରମ୍ଭ

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ):ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କରୋନା କଟକଣା ଯୋଗୁ ବିନା ଭକ୍ତରେ ପୂଜା ପାଇଛନ୍ତି ମା’। ଫଳରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନାହିଁ। ସେବାୟତମାନେ ମା’ ତାରା ତାରିଣୀ ଦୁଇ ଭଉଣୀଙ୍କୁ ଷୋଳପୁତ୍ରୀ ବେଶରେ ସଜ୍ଜିତ କରିଛନ୍ତି। ପରମ୍ପରା ଅନୁସାରେ ସମସ୍ତ ପ୍ରକାର ରୀତିନୀତି ଅନୁସାରେ ମଙ୍ଗଳ ଆଳତି, ଅବକାଶ, ସିଙ୍ଗାର, ମହା ଆଳତି, ଅଖଣ୍ଡ ଦୀପ ସ୍ଥାପନ ସହ ଶୋଡ଼ଶ ଉପଚାର ସାଙ୍ଗକୁ ସପ୍ତସତୀ ଚଣ୍ଡିପାଠ ଓ ପୂଜାର୍ଚ୍ଚନା ହୋଇଛି। ପବିତ୍ର ଗର୍ଭଣା ସଂକ୍ରାନ୍ତି ହେତୁ ମା’ଙ୍କ ବେଢ଼ାଲାଗି କରାଯାଇଛି। ମା’ ଙ୍କ ମୁଖ୍ୟ ପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶଶର୍ମା ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ସେବାୟତ ସଂଘ ସଭାପତି ତପନ କୁମାର ରଣା ରହିଛନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟ ସେବାୟତମାନେ ପରିଚାଳନା କରିଛନ୍ତି। ସେହିପରି ଜଳେଶ୍ବର ଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣ କାଳୀଙ୍କ ପୀଠରେ ମଧ୍ୟ ନବରାତ୍ର ପର୍ବ ଆରମ୍ଭ ହୋଇଛି। ମା’ ଙ୍କ ମୁଖ୍ୟ ପରୋହିତ ସୁଧାଂଶୁ ଶେଖର ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିର ଟ୍ରଷ୍ଟି ଶଶିଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜକ ସହାୟତା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ