ମା ତାରାତାରିଣୀ ଫାର୍ମାସୀ କଲେଜରେ ଫାର୍ମାସୀ ସପ୍ତାହ ପାଳିତ

ବ୍ରହ୍ମପୁର,(ୱାଇ ଏନ ଏସ): ମା’ ତାରାତାରିଣୀ କଲେଜ ଅଫ ଫାର୍ମାସୀରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ କଲେଜର ଛାତ୍ରଛାତ୍ରୀ ଏକ ସଚେତନତାମୂଳକ ଶୋଭାଯାତ୍ରାରେ କଲେଜ ପରିସରରୁ ଦୁରା ଛକ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଶୋଭାଯାତ୍ରାକୁ କଲେଜର ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ କୁମାର କହଁର ଉଦ୍ଘାଟନ କରିଥିଲେ। ପ୍ଲାକାର୍ଡ ଓ ସ୍ଲୋଗାନ ସହ ଛାତ୍ରଛାତ୍ରୀ ଅଞ୍ଚଳବାସୀଙ୍କୁ ଔଷଧ ସେବନ ଓ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରସାନ୍ତ କୁମାର ସାହୁ, ଉପ-ଅଧକ୍ଷ ବିପ୍ଲବ କୁମାର, ଇଂ. ଶିଲ୍ପା ପାତ୍ର ଛାତ୍ରଛାତ୍ରୀ ଆକାଶ କୁମାର ସାହୁ, ମାସିନୀ ମଲ୍ଲିକ, ଭୂମିକା ପ୍ରଧାନ, ହରପ୍ରିୟା ଦିଗଲ ଓ ସୁନୟନ ବଳିଆରସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟସେବାରେ ଫାର୍ମାସିଷ୍ଟଙ୍କ ଭୂମିକା ଓ ଔଷଧ ସଚେତନତାକୁ ଲୋକଙ୍କ ମଧ୍ୟର ମହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ