ମା ତାରା ତାରିଣୀ ମହୋତ୍ସବ ଉଦଘାଟିତ
ବ୍ରହ୍ମପୁର,(ଅନିଲ କୁମାର):ଓଡିଶୀ ନୃତ୍ୟାୟନ, ବ୍ରହ୍ମପୁର ତରଫରୁ ମା ତାରା ତାରିଣୀ ମହୋତ୍ସବ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ, ବ୍ରହ୍ମପୁର, ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଅଛି । ମହୋତ୍ସବର ସଭାପତି ସିମାଞ୍ଚଳ ବାରିକ ସଭାପତିତ୍ୱ କରିଥିବା ବେଳେ, ଗୁରୁ ଶିବରାମ ବାରିକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ପାଣିଗ୍ରାହୀ, ସାଂସଦ ବ୍ରହ୍ମପୁର, ସମ୍ମାନନିୟ ଅତିଥି ଭାବେ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ବିଧାୟକ ଚିକିଟି, ପୂର୍ଣଚନ୍ଦ୍ର ସେଠୀ ବିଧାୟକ ଖଲ୍ଲିକୋଟ, ସିଦ୍ଧାନ୍ତ ମହାପାତ୍ର ବିଧାୟକ ଦିଗପହଣ୍ଡି, ଅମ୍ଳାନ କୁମାର ନାୟକ ଡି. ଏଫ୍. ଓ ଚିଲିକା, ନିତିନ କୁମାର ପଣ୍ଡା ସି. ଏମ୍. ଡି, ଅଗ୍ରଣୀ ପ୍ରାଇଭେଟ୍ ଲିମିଟେଡ଼, ଡ଼. ପ୍ରତାପ କୁମାର ସାହାଣୀ ପୂର୍ବତନ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ, କୃଷ୍ଣଚନ୍ଦ୍ର ନିଶଙ୍କ ପୂର୍ବତନ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ, ସଂଘମିତ୍ରା ଦଳାଇ ମେୟର ବ୍ରହ୍ମପୁର, ଟିମ୍ ଆଇ. ଆର୍. ଈ. ଏଲ୍ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ମହୋତ୍ସବର ସଂପାଦକ ସଂଗ୍ରାମ କୁମାର ଦାସ ବିବରଣୀ ପାଠ କରିଥିବା ବେଳେ ଉସ୍ତାଦ ବିଶ୍ମିଲା ଖାନ୍, ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀମତି ସୋନାଲି ମହାପାତ୍ର ଓ ତାରାତାରିଣୀ ମନ୍ଦିରର ପୂଜକ ଧ୍ରୁବ ଚରଣ ରଣାଙ୍କୁ ୨୦୨୫ “ମା ତାରାତାରିଣୀ ମହୋତ୍ସବ ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା । ଏଥି ସହ ଲୋକ ନୃତ୍ୟରେ ଦୁଇଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଅନୁଷ୍ଠାନର ଜାତୀୟ ସ୍ତରରେ କରାଟେ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଥିବା ୨ ଜଣ କରାଟେକା ଓ ତାଙ୍କ ଗୁରୁ ସିହାନ ତ୍ରିଲୋଚନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଓଡ଼ିଶୀ ନୃତ୍ୟରେ ୨୦୨୪ ଜୁନିଅର ସ୍କୋଲାର୍ଷିପ୍ ପାଇଥିବା ଆଦ୍ୟାଶା ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଉପଦେଷ୍ଟା ଇଂ. ଅଭୟେନ୍ଦୁ ଶେଖର ପଟ୍ଟନାୟକ ଏବଂ ଭବାନୀ ଚରଣ ମିଶ୍ର, ଉପ ସଭାପତି ଡ଼ଃ, ଚନ୍ଦନ ଗନ୍ତାୟତ, କାର୍ଯ୍ୟକାରୀ ସମ୍ପାଦକ ପ୍ରଭାତ କୁମାର ପାତ୍ର , କାର୍ଯ୍ୟକାରୀ ସଦସ୍ୟ ବିଶ୍ବମ୍ବର ବେହେରା, ସଂଗୀତା ପାଣିଗ୍ରାହୀ, ଆଶାଲତା ପଟ୍ଟନାୟକ, ସାଂସ୍କୃତିକ ମୁଖ୍ୟ ରାଜେଶ କୁମାର ପାତ୍ର, ଭାରତ ନାଟ୍ୟମ୍ ଗୁରୁ ରାଧେଶ୍ୟାମ୍ ତରେଇ, ସହଯୋଗ କରିଥିବା ବେଳେ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସହ ସମ୍ପାଦକ ମିହିର୍ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l