ମା ତାରିଣୀ ସୁରକ୍ଷା ମଂଚର ଜରୁରିକାଳିନ ବୈଠକ

ଘଟଗାଁ, (ନାରାୟଣ ପଲେଇ) :-ଘଟଗାଁରାଣି ମା ତାରିଣୀ ମନ୍ଦିରେ ଚାଲୁରହିଥିବା ଦୁର୍ନିତୀ ଲଗାତାର୍ ଭାବରେ ବିଗତ କିଛି ସପ୍ତାହ ହେବ ଗଣାମାଧ୍ୟମରେ ପ୍ରଚାର୍ ପ୍ରସାର୍ ହେଉଥିବାର ଦେଖି, ମନ୍ଦିରରେ ଚାଲିଥିବା ଦୁର୍ନିତୀକୁ ବିରୋଧ କରି ମନ୍ଦିରରୁ କିପରି ଦୁର୍ନିତୀ ହଟିବ, ତାହାକୁ ଦୃଷ୍ଟିରେ ରଖି ଆଜି ମା ତାରିଣୀ ସୁରକ୍ଷା ମଂଚ ସଙ୍ଘ ତରଫରୁ ଘଟଗାଁ ସ୍ଥିତ ବାଣେଶ୍ୱର ମନ୍ଦିର ନିକଟବର୍ତ ଆମ୍ବ ତୋଟାରେ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ବାଇସି ଖଣ୍ଡ ମୌଜାର ଶତାଧିକ ଲୋକ ଏକତ୍ରୀତ ହୋଇଥିଲେ ଏବଂ ମା ତାରିଣି ମନ୍ଦିରରେ ଲାଗିରହିଥିବା ଦୁର୍ନିତୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହା ସହିତ ମା ତାରିଣୀ ମନ୍ଦି ମନ୍ଦିରରୁ ଦୁର୍ନିତୀକୁ ହଟାଇବା ପାଇଁ ଗଠିତ ହୋଇଥିବା ମା ତାରିଣି ସୁରକ୍ଷା ମଂଚ ସଙ୍ଘର ସର୍ବସମ୍ମତୀକ୍ରମେ ଏକ ୨୫ ଜଣ ସଦସ୍ୟଙ୍କୁ ନେଇ ଏକ ଏକ୍ସକୁଟିଭ୍ ବୋଡି ଟିମ୍ ଗଠନ କରାଗଲା । ମା ତାରିଣୀ ମନ୍ଦିରରେ ହେଉଥିବା ଦୁର୍ନିତୀ ସମ୍ପର୍କରେ ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ତା ସହିତ ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ଏ ସମ୍ବନ୍ଧରେ କୌଣସି ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତା ପରବର୍ତି ପର୍ଯ୍ୟାୟରେ ମା ତାରିଣି ସୁରକ୍ଷା ମଂଚ ସଙ୍ଘ ମନ୍ଦିର ସମ୍ମୁଖରେ ଆମରଣ ଅନସନରେ ବସିବେ ବୋଲି ସ୍ଥିର କରାଯାଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି । ତେବେ ଆଜକୁ ପାଂଚ ବର୍ଷରୁ ଉର୍ଦ୍ଧ୍ୱ ହେବ ଘଟଗାଁ ମା ତାରିଣୀ ମନ୍ଦିରରେ ବ୍ୟାପକ ପରିମାଣରେ ଦୁର୍ନିତୀ ହେଉଥିବାର ନଜରିର୍ ରହିଛି । ପରିତାପର ବିଷୟ ଏହାକି ଦୁର୍ନିତୀ ସମ୍ପର୍କରେ ସ୍ଥାନୀୟ ଅଂଚଳବାସୀ ଦେବୋତର ବିଭାଗ ସମେତ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଅଭିଯୋଗ ପରେ କେବଳ ତଦନ୍ତ ହେଉଛି, ତା ପରେ ଭୁଲ୍ ହୋଇଥିବାର ପ୍ରମାଣ ମଧ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗୁଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଘର ଆଜିପର୍ଯ୍ୟନ୍ତ ଶୁନ ହୋଇପଡିରହିଛି । ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ଦୁର୍ନିତୀ ହଟାଇବାର ସଙ୍କଳ୍ପ ନେଇ ଗଠିତ ହୋଇଥିବା ମା ତାରିଣୀ ସୁରକ୍ଷା ମଂଚ ଆଜି ସାମ୍ନାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ