ମା ଥାନେଶ୍ୱରୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ରାଜେନ୍ଦ୍ରପୁର ଚାମ୍ପିଅନ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ସରସଦା ଠାରେ ଆୟୋଜନ ହୋଇଥିବା ମା ଥାନେଶ୍ୱରୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଜୟ ବଜରଙ୍ଗବାଲି କ୍ରିକେଟ ଟିମ ରାଜେନ୍ଦ୍ରପୁର ସହିତ ନୂଆପଡା କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନୂଆପଡା ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭରରେ ୭ଉଇକେଟ ହରାଇ ୬୪ରନ ସଂଗ୍ରହ କରିଥିଲା । ଜବାବରେ ରାଜେନ୍ଦ୍ରପୁର କ୍ରିକେଟ ଟିମ ୮ଓଭରରେ ୭ଉଇକେଟ ହରାଇ ୬୫ରନ କରି ବିଜୟୀ ହୋଇଥିଲା । ଅନଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ସୁବ୍ରତ କୁମାର ଦାସ ଯୋଗଦେଇ ଚାମ୍ପିଅନ ଓ ରନଅର୍ସଅପ ଟିମକୁ ପୁରସ୍କୃତ କରିଥିଲେ । ସୁବାଶିଷ ସାହୁ ଓ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ବିଜୟ ଗୌରବ ପରିଡା, ସରୋଜ କୁମାର ସ୍ୱାଇଁ, ଅଜୟ କୁମାର ପରିଡା, ଅବିନାଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ