ମା’ ଦୁର୍ଗାଙ୍କୁ ନିରାଡମ୍ବର ଭାବେ ଅଶ୍ରୁଳ ମେଲାଣି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଶାରଦୀୟ ନବରାତ୍ର ଓ ଦଶହରାରେ ମା’ ଦୁର୍ଗାଙ୍କୁ ରାଇରଙ୍ଗପୁର ସହରର କୁଚେଇବୁଡି,ବଜାର,ଅଁଳାଡୁବା,ଈଚିଣ୍ଡା,ପୁରୁଣାଘାଟି ଏବଂ ସାକିଲାଡିହିର ପୂଜା ମଣ୍ଡପରେ ଦିର୍ଘ ୯ ଦିନଧରି ପୂଜା ମଣ୍ଡପରେ ନିରାଡମ୍ବର ଭାବରେ କୋଭିଡ କଟକଣା ନିୟମ ଅନୁସାରେ ଭଷାଣୀ ତଥା ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିନା ମାଇକ,ବିଜେ ଓ ବିନା ନାଚଗୀତ ବାଜାବାଜୁଣିରେ ସିମୀତ ପୂଜା କମିଟି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପରେ ମା’ ଙ୍କୁ ଦର୍ଶନ ନପାଇ ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ ଭରି ରହିଥିଲା ।ହେଲେ ରାସ୍ତାରେ ମା’ଙ୍କ ଦର୍ଶନର ସୁଯୋଗ ପାଇ ଆତ୍ମ ସନ୍ତୋଷ କରିଥିଲେ । ପୋଲିସ ବାହିନୀର ପହରା ମଧ୍ୟରେ ବିସର୍ଜନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ମଧ୍ୟରେ ସଂପନ୍ନ ହୋଇଥିଲା ।


