ମା’ ଦୁର୍ଗା ଦେବୀଙ୍କ ବାର୍ଷିକ ଉତ୍ସବ

ପାରାଦ୍ୱୀପ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦର ନଗରୀ ପାରାଦ୍ୱୀପର ଏକ ମାତ୍ର ବୃହତ ବ୍ୟବସାୟୀକ ପେଣ୍ଠସ୍ଥଳୀ ବଡପଡିଆ ମାର୍କେଟରେ ଥିବା ପାରାଦ୍ୱୀପ ପୋର୍ଟ ବଣିକ ସଂଘ ତରଫରୁ ସ୍ଥାନୀୟ ଦୁର୍ଗାମନ୍ଦିରର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରରେ ପାଳିତ ହୋଇଯାଇଅଛି । ବଣିକ ସଂଘର ସଭାପତି ତଥା ବରିଷ୍ଠ ଶ୍ରମିକ ନେତା , ସମାଜ ସେବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷତତ୍ତ୍ୱାବଧାନରେ ଆୟୋଜିତ ବାର୍ଷିକ ଉତ୍ସବ ପାଳନ ପାଇଁ ଦୁର୍ଗତି ନାସିନୀ ମା’ ଦୁର୍ଗା ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲାର ଆୟୋଜନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସଂପାଦକ ନିରଂଜନ ମହାନ୍ତି, ସହ ସମ୍ପାଦକ ଦେବବ୍ରତ ସାହୁ, ପ୍ରମୋଦ ସାହୁ, ଶରତ ରା୍ଉତ, ଅନାଦି ପରିଡା, ଫୁକୁନି ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି । ବୁଡି ଯାଉଥିବା ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଲାର ଆୟୋଜନ କରାଯାଇଥିବାରୁ ସଂଘର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସବୁ ମହଲରୁ ଭୂୟସୀ ପ୍ରଶଂସା ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ