ମା ଦୁର୍ଗା ଭେରାଇଟି ଷ୍ଟୋରରେ ନିଆଁ ଲାଗି ଦେଢ ଲକ୍ଷଟଙ୍କାର ସଂପତ୍ତି ନଷ୍ଟ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ଜାତୀୟ ରାଜପଥ ରେ ଥିବା ଏ-୧ ଢାବା ନିକଟରେ ଥିବା ଏକ ଭେରାଇଟି ଷ୍ଟୋର ରେ କିଛି ଦୁର୍ବୁତ୍ତ ମାନେ ନିଆଁ ଲଗାଇଦେଇଥିବା ଗଞ୍ଜାମ ଥାନା ରେ ଅଭିଯୋଗ ହୋଇଛି । ମିିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ର ରେ ତାଙ୍କ ଦୋକାନରେ ନିଆଁ ଲାଗିଥିବା ଜାତୀୟ ରାଜପଥରେ ହାଇୱେ ପେଟ୍ରୋଲିଂ ଗାଡି ଦେଖିବା ପରେ ସଙ୍ଗେ ସଙ୍ଗେ ସେମାନେ ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ । ଏହାର ଖବର ପାଇ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଏହାର ସୂଚନା ପାଇ କୈଳାସ ସଙ୍ଗେ ସଙ୍ଗେ ଆସି ଦେଖିଲା ବେଳକୁ ତାଙ୍କ ଦୋକାନର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଯାହାଫଳରେ ପ୍ରାୟ ଦେଢ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡିଛି । ମା ଦୁର୍ଗା ଭେରାଇଟି ଷ୍ଟୋର ମୋବାଇଲ ଚାର୍ଜର, ମୋବାଇଲ ଇୟର ଫୋନ, ଟର୍ଚ୍ଚ ଲାଇଟ୍‌, ଅନ୍ୟାନ୍ୟ କିରାଣି ସାମଗ୍ରୀ ଓ ଲୁଗା ପଟା ସମେତ ପ୍ରାୟ ଦେଢଲକ୍ଷ ଟଙ୍କାର ବୈଦୁତ୍ୟିକ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଦୋକାନୀ ମାଲିକ କୈଳାସ ପଲାଇ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ