ମା ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ତରଫରୁ ମାକ୍ସ ଆଉ ଖାଦ୍ୟ ସାମଗ୍ରୀ ବଣ୍ଟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ମା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ତରଫରୁ ବାଲିଗୁଡା କେନ୍ଦ୍ର ନିକଟରେ ଉପସ୍ଥିତ ଥିବା ପୋଲିସ ବାହୀନିଙ୍କୁ ମାକ୍ସ,ସାବୁନ ଓ ଖାଦ୍ୟ ବଣ୍ଟନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମ,ପ୍ରଜାପିତା ବ୍ରହ୍ମ।।କୁମାରୀ ଅନୁଷ୍ଠାର ମୁଖ୍ୟ ବିକେ ବାସନ୍ତି ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଂଜନ ବାରିକ ଓ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଶତାଧିକ ମାକ୍ସ ଓ ସାବୁନ ଦେଇଥିଲେ । ପୋଲିସ ବାହିନୀକୁ ଭଗବାନ ଆରୋଗ୍ୟ ରଖିବା ସହ ସେମାନଙ୍କୁ ଖୁସୀରେ ରଖନ୍ତୁ ବଲି କହି ଏହି ମାକ୍ସ ଓ ସାବୁନ ଦେଇଥିଲେ ଓ ଜଳଖିଆର ବନ୍ଦୋବସ୍ତ ବି କରାଯାଇଥିଲା । ଏହି ମାକ୍ସ ସବୁ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ତରଫରୁ ତିଆରି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ବିକେ ତାରା,ଅନିଲ ଦାସ,କୃର୍ଷ୍ଣ ନାଥ ଓ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ