ମା ବଡ଼ରାଉଳ ସ୍ୱୟଂ ସହାୟକ ଗୋଷ୍ଠୀ ଚାରା ରୋପଣ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗରମା ବଡ଼ରାଉଳ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଦ୍ୱାରା ଆଜି ହାତୀବନ୍ଧ ହୁଡା ଠାରେ ଆଜି ୪୦ ଗୋଟି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ବନ ବିଭାଗ ସହଯୋଗ ରେ ଭଞ୍ଜନଗର ଏନ.ଏ. ସି କର୍ମକର୍ତ୍ତା ଓ ସମାଜ ସେବୀ ଶୂଳପାଣି ଶତପଥୀ ଙ୍କ ପରାମର୍ଶ କ୍ରମେ ବନ ମହୋତ୍ସବ ବାବଦରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ମଧ୍ୟ ହୋଇଯାଇଛି। ପ୍ରକାଶ ଯେ ପୂର୍ବରୁ ଚାରରୋପଣ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଭଞ୍ଜନଗର ଏନ.ଏ. ସି ତରଫରୁ ୭୧ ତମ ବନ ମହୋତ୍ସବ ସମୟରେ ବିଭିନ୍ନ ଜାଗାରେ ଚାରା ରୋପଣ କାଯ୍ୟକର୍ମ ଗ୍ରହଣ କରା ଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ ଏନ.ଏ. ସି ର ବହୁ କର୍ମଚାରୀ, ସ୍ଵଚ୍ଚ ସାଥୀ ଏବଂ ବନ ବିଭାଗର ଅଧିକାରୀ ACF ଏମ.ମୋତିଲାଲ ପ୍ରମୁଖ ଯୋଗ ଦେଇଥିଲେ । ଶେଷ ରେ ଚାରା ରୋପଣ ପରେ ତାହାର ଯତ୍ନ ଓ ବଣର ସୁରକ୍ଷା ଜୀବନ ରକ୍ଷା ବାବଦରେ ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ର ଭଉଣୀ ଙ୍କୁ ଜନସାଧାରଣ ଙ୍କୁ ସଚେତନ କରିବା କୁହା ଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ