ମା ବରାଳ ଦେବୀ ଭଲି ବଲ ଟିମ ତରଫରୁ ପବିତ୍ର ଗୁରୁ ଦିବସ ପାଳିତ
ଗାଙ୍ଗପୁର, (ସନ୍ତୋଷ ବିଶୋୟୀ):ପ୍ରତି ବର୍ଷ ଭଳି ଆଜି ମଧ୍ୟ ମା ବରାଳ ଦେବୀ ଭଲି ବଲ ଟିମ ତରଫରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଛି. ଆଜକୁ ପ୍ରାୟ ୩୦ ବର୍ଷ ହେଲା ଖେଳ ଜାରି ରହିଛି ବାର୍ଦ୍ଧକ୍ୟତା ଆଗରେ ହାର ନ ମାନି ୭୨ ବର୍ଷ ବୟସରେ ପାଦ ଦେଇ ଭଲି ଖେଳକୁ ଜୀବନର ବ୍ରତ ରୂପେ ପାଳନ କରୁଥିବା ସନ୍ତୋଷ କୁମାର ରାଓ ମହୋଦୟ ଙ୍କୁ ଗୁରୁ ରୂପେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା. ସ୍ୱାସ୍ଥ୍ୟ ହିଁ ଜୀବନର ଅମୁଲ୍ୟ ସମ୍ପଦ ବୋଲି ଶ୍ରୀ ରାଓ ମନ୍ତବ୍ୟ ଦେଇଥିଲେ.ଏଇ ଟିମ ର ମ୍ୟାନେଜର ତଥା ଗାଙ୍ଗପୁର ପଂଚାୟତ ର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଗୋଟେ ଖେଳୁଆଡ଼ ମନଭାବ ନେଇ ଖେଳ ଜାରିରଖିଲେ ନିଶ୍ଚୟ ଆଗକୁ ଟେକ ରଖିହେବ ବୋଲି ଶ୍ରୀ ଡାକୁଆ ମତ ରଖିଥିଲେ. ଏଥିରେ ଟିମ ର ସବୁ ଖେଳାଳି ଉପସ୍ଥିତ ରହିଥିବା ବେଳେ,ଶେଷରେ ମିଥୁନ ନାଇକ ଧନ୍ୟବାଦ ଅର୍ପଣ କରିଥିଲେ.