ମା ବରାହୀଙ୍କ କାଳରାତ୍ରୀ ବେଶ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିକଟସ୍ଥ ଚଉରାଶି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବରାହୀ ଙ୍କ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହିତ ଅନୁଷ୍ଠିତ ହେଉଛି। ଆଶ୍ଵିନ ମାସର ମୂଳାଷ୍ଟମୀ ତିଥି ଠାରୁ ମନ୍ଦିର ରେ ଷୋଳ ପୂଜା ଆରମ୍ଭ ହୋଇଥିବା ବେଳେ ଆଶ୍ଵିନ ମାସର ଅମାବାସ୍ୟା ପର ଦିନ ପ୍ରତିପଦ ତିଥି ଠାରୁ ମା ବରାହୀ ବିଭିନ୍ନ ବେଶ ରେ ମାତୃ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି। ମା ଦୁର୍ଗା ଙ୍କ ନବ ରାତ୍ରୀ ପୂଜା ଅନୁସାରେ ମା ବରାହୀ ଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ ବୋଲି ଗ୍ରାମବାସୀ ପ୍ରଭାତ କୁମାର ଦାଶ ପ୍ରକାଶ କରିଛନ୍ତି।ପ୍ରଥମ ସ୍ଵରୂପା ଶୈଳପୁତ୍ରୀ ଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥିଲା। ନବରାତ୍ର ର ଦ୍ଵିତୀୟ ଦିବସ ରେ ମା ବରାହୀ ଙ୍କୁ ବ୍ରହ୍ମଚାରିଣୀ ସ୍ୱରୂପ ରେ ,ତୃତୀୟ ଦିନ ରେ ମା ଙ୍କୁ ଚନ୍ଦ୍ରଘଣ୍ଟା ସ୍ୱରୂପ ରେ,ନବରାତ୍ରୀ ର ଚତୁର୍ଥ ଦିନ ମା କୁଷ୍ମାଣ୍ଡା ରୂପରେ ପୂଜା ପାଇଥିଲେ। ପଞ୍ଚମ ଦିବସରେ ମାଙ୍କୁ ସ୍କନ୍ଦମାତା ରୂପରେ ଉପାସନା କରାଯାଇଥିବା ବେଳେ ଷଷ୍ଠ ଦିବସରେ ଦେବୀ ଙ୍କୁ କାତ୍ୟାୟନୀ ବେଶ ରେ ପୂଜା କରାଯାଇଥିଲା। ଆଜି ନବରାତ୍ର ର ସପ୍ତମ ଦିବସ ରେ ଦେବୀ ବରାହୀ ଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଇଥିଲା। ଏହା ଦେବୀଙ୍କ ବିକଟାଳ ରୂପ।ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ,ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ତ୍ରିଶୂଳ ଧାରଣ କରିଥିଲେ । ପୂଜକ ଭାବେ ଦେବେନ୍ଦ୍ର ପାଣି ମା ଙ୍କ ପୂଜା ନୀତି ଓ ବେଶ ଅନୁଷ୍ଠିତ କରିଥିଲେ।ନବରାତ୍ର ର ଅଷ୍ଟମ ଦିବସରେ ସୋମବାର ଦିନ ଦେବୀ ଙ୍କୁ ମହାଗୌରୀ ରୂପ ରେ ପୂଜା କରାଯିବ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ଵେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିବେ ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି । ନବରାତ୍ରର ନବମ ବା ଅନ୍ତିମ ଦିବସରେ ଦେବୀ ଙ୍କୁ ସିଦ୍ଧିଦାତ୍ରୀ ସ୍ଵରୂପରେ ପୂଜା କରାଯିବ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର,ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ର ରେ ନବଦୁର୍ଗା ଙ୍କ ପୂଜା ସମ୍ପୂର୍ଣ୍ଣ ହୋଇଥାଏ । ନବରାତ୍ରୀ ରେ ଜଗତ ଜନନୀ,ଦୁର୍ଗତିନାସିନୀ ମା ଦୁର୍ଗା ଙ୍କ ନବ ରୂପ କୁ ପୁଜା କଲେ ନିଜର ଓ ପରିବାର ର ସମସ୍ତ ଗ୍ରହ ଦୋଷ,ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ସେହି ବିଶ୍ୱାସ ଅନୁସାରେ ମା ବରାହୀ ଙ୍କୁ ଶାରଦୀୟ ପାର୍ବଣ ପୂଜା ରେ ନବ ଦୂର୍ଗା ରୂପରେ ପୂଜା କରା ଯାଇ ଆସୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ