ମା ବରାହୀଙ୍କ ପୀଠରେ ପଞ୍ଚଦିନାତ୍ମକ ଦୁର୍ଗାପୂଜା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଆରାଧ୍ୟ ଦେବୀ ମା ବରାହୀଙ୍କ ପୀଠରେ ପଞ୍ଚ ଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଛି । ୬ଷ୍ଠୀ ଦିନ ବିଲ୍ୱ ବରଣ ସମାପନ ପରେ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇଥିଲା । ପରେ ମହାସପ୍ତମୀ ପୂଜା, ମହାଷ୍ଟମୀ ପୂଜା, ସନ୍ଧିପୂଜା ଓ ମହାନବମୀ ପୂଜା ଯଥାବିଧି ଅନୁଷ୍ଠିତ ହୋଇଛି । ପଣ୍ଡିତ ସଞ୍ଜୟ ଦାଶଶର୍ମା, ଆନନ୍ଦ ଚନ୍ଦ୍ର ଦାଶ, ରାଧାଗୋବିନ୍ଦ ଦାଶ ପ୍ରମୁଖଙ୍କ ଦ୍ୱାରା ଯଜ୍ଞବିଧି ଅନୁଷ୍ଠିତ ହେଉଛି । ଏଥିରେ କର୍ତ୍ତା ଭାବେ ସୁଧାଶୁଂ ଶେଖର ରାଉତ, ମୁକେଶ କୁମାର ରାଉତ, କିର୍ତ୍ତନ ନାୟକ, ଭରତ ଚନ୍ଦ୍ର ରାଉତ, ଘନଶ୍ୟାମ ରାଉତ ପ୍ରମୁଖ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଙ୍କ ପୀଠାୋର ଶହଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହିତ ମାଙ୍କର କରୁଣାଭିକ୍ଷା କରୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଭଜନ କିର୍ତ୍ତନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ