ମା ବରାହୀଙ୍କ ପୀଠରେ ପଞ୍ଚ ଦିନାତ୍ମକ ଶୋଡଷ ପୂଜା
ହାଟଡ଼ିହି,(ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ବରାହୀଙ୍କ ପୀଠାରେ ପଞ୍ଚଦିନାତ୍ମକ ମା’ଙ୍କ ଶୋଡଷ ପୂଜା ଆରମ୍ଭ ହୋଇଛି । ସୁଧାଶୁଂ ଶେଖର ରାଉତ ଓ ସୌଦାମିନୀ ରାଉତ, କିର୍ତ୍ତନ ବିତହାରୀ ନାୟକ, ଗନ୍ଧର୍ବସେନ ମହାନ୍ତି, ଚନ୍ଦ୍ରଶେଖର ରାଉତ, ସନ୍ତୋଷ ବରାଳ ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ;ରେ ସାମିଲ ହୋଇଥିବାବେଳେ ପଣ୍ଡିତ ଆନନ୍ଦ ଚନ୍ଦ୍ର ଦାଶ, ବାବୁ ପାଢ଼ୀ, ପ୍ରଶାନ୍ତଦେବ ଶର୍ମା ପ୍ରମୁଖ ବେଦମନ୍ତ୍ରରେ ପୀଠରେ ହୋମଯଜ୍ଞ ସହ ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଛବିନ୍ଦ୍ର କୁମାର ନାୟକ, ଶଶାଙ୍କ ୋଖର ପୁହାଣ, ରତିକାନ୍ତ ରାଉତ, ଚିନ୍ତାମଣି ରାଉତ, ଯୁଦ୍ଧିଷ୍ଠିର ରାଉତ, ଚିନ୍ତାମଣି ବରାଳ, ନନ୍ଦ କିଶୋର ନାୟକ, ସନାତନ ଓଝା, ଗିରିଧାରୀ ପଟ୍ଟନାୟକ, ବିକ୍ରମ କେଶରୀ ରାୟ ସର୍ଦ୍ଦାର, ମୁକେଶ ରାଉତ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଛନ୍ତି ।